ETV Bharat / state

ପୁଣି ଶିର୍ଲା ଜଙ୍ଗଲରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ - again encountered in the Shirla fores

ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଆଉ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ନକ୍ସଲ ବିଜିଏନ ଡିଭିଜନର ବୋଲି ଜଣାପଡିଥିଲେ ବି ପରିଚୟ ମିଳିନାହିଁ ବୋଲି କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

one Naxal was killed
କନ୍ଧମାଳ ଏସପି ସୂଚନା
author img

By

Published : Jul 7, 2020, 5:11 PM IST

ଫୁଲବାଣୀ: ପୁଣିଥରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଶିର୍ଲା ଜଙ୍ଗଲରେ ହୋଇଛି ପୋଲିସ ନକ୍ସଲ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଆଉ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ନକ୍ସଲ ବିଜିଏନ ଡିଭିଜନର ବୋଲି ଜଣାପଡିଥିଲେ ବି ପରିଚୟ ମିଳିନାହିଁ ବୋଲି କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

ପୁଣି ଶିର୍ଲା ଜଙ୍ଗଲରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ

ଫୁଲବାଣୀ ପୋଲିସ ରିଜର୍ଭ ଠାରେ ଏସପି ପ୍ରତୀକ ସିଂ ଗଣମାଧ୍ୟମକୁ ମାଓ ଅପରେସନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଗତକାଲି(ସୋମବାର) ରାତିରେ ପୁଣି କିଛି ନକ୍ସଲ ଏକତ୍ରିତ ହୋଇ ଲୋକଙ୍କୁ ଧମକ ଚମକ ଦେଉଥିଲେ ।

ଏବାବଦରେ ସୂଚନା ପାଇ ପୋଲିସବାହିନୀ ପୁଣି କୁମ୍ବିଙ୍ଗ କରିଥିଲା ଏବଂ ପରେ ସର୍ଚ୍ଚ ବେଳେ ଜଣେ ମାଓ କ୍ୟାଡ଼ରର ମୃତଦେହ ଜବତ କରିଛି । ପୂର୍ବରୁ ପରିଚୟ ମିଳିଥିବା ମୃତ ନକ୍ସଲ ନେତା ସୁକ୍ରୁ ଓରଫ କୋସା ସୋଡି ବିରୋଧରେ 20 ଲକ୍ଷ ଟଙ୍କା ସରକାର ଘୋଷଣା କରିଥିଲେ ବୋଲି ଏସପି କହିଛନ୍ତି ।

ସୁକ୍ରୁର ଘର ମାଲକାନଗିରି ଏବଂ ଅନ୍ୟ ଦୁଇ ମୃତ ନକ୍ସଲ ଇତେଶ ଓ ରିନାର ମୁଣ୍ଡ ଉପରେ 4 ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ ଅନେକ ସଙ୍ଗୀନ ମାମଲା ରହିଥିଲା । ତେବେ ଏବେ ମଧ୍ୟ କୁମ୍ବିଙ୍ଗ ଅପରେସନ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.