ETV Bharat / state

ନଦୀରେ ବୁଡି ଷଷ୍ଠ ଶ୍ରେଣୀ ଛାତ୍ର ମୃତ

କନ୍ଧମାଳ କ.ନୂଆଗାଁ ଥାନା ପୁରୁଣା ନୂଆଗାଁରେ ଅଘଟଣ । ଶୁକ୍ରବାର ଡ଼ଗ ନଦୀର ଚିଲିକାରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଷଷ୍ଠଶ୍ରେଣୀ ଛାତ୍ର ପ୍ରାଣ ହରାଇଥିବା ସୂଚନା ମିଳିିଛି ।

author img

By

Published : Jun 14, 2019, 6:52 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଜିଲ୍ଲା କ.ନୂଆଗାଁ ଥାନା ପୁରୁଣା ନୂଆଗାଁରେ ଅଘଟଣ । ଏଠାରେ ଥିବା ଖଡ଼ଗ ନଦୀର ଚିଲିକାରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ନାଁ ଚନ୍ଦନ ପରିଚ୍ଛା (11) ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କନ୍ଧମାଳ

ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ଅଞ୍ଚଳର ବିଦେଶୀ ପରିଚ୍ଛା ସ୍ତ୍ରୀ ଓ ପୁଅ ସହ ଗତ ତିନିଦିନ ହେବ କ.ନୁଆଗାଁର ପୁରୁଣା ନୂଆଗାଁସ୍ଥିତ ସମ୍ପର୍କୀୟ ବରୁଣ ବେହେରାଙ୍କ ଘରକୁ ବୁଲିବାକୁ ଆସିଥିଲେ । ତେବେ ଶୁକ୍ରବାର ସକାଳୁ ଗାଁର କିଛି ପିଲାଙ୍କ ସହ ମିଶି ଚନ୍ଦନ ନିକଟସ୍ଥ ଖଡ଼ଗନଦୀର ଚିଲିକାକୁ ଗାଧୋଇବାକୁ ଯାଇଥିଲା । ଏଠାରେ ସେ ବୁଡିଯାଇଥିଲେ । ପରେ ସେହି ସ୍ଥାନରେ ଗାଧୋଉଥିବା ଜଣେ ଯୁବକ ଚନ୍ଦନକୁ ଉଦ୍ଧାର କରିବା ପରେ ପରିବାର ଲୋକେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ସେଠାରେ ଡାକ୍ତର ଚନ୍ଦନକୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଅଘଟଣକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ହତ୍ୟାକାଣ୍ଡBody:ପୁରୀ ଚୁଡ଼ଙ୍ଗ ସାହିରେ ଘଟିଛି ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ରେ ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇ ଥିବା ବେଲେ ଏହି ଘଟଣା ରେ ମୃତକ ର ବଡ଼ ଭାଇ କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ତେବେ ମୃତକ ଜଣକ ହେଉଛନ୍ତି ଚୁଡ଼ଙ୍ଗ ସାହିର ଉମା ସଙ୍କର ଆଚାର୍ଯ୍ୟ । ତାଙ୍କୁ ଗତକାଲି ରାତି ଇଟା ରେ ଛେଚି ହତ୍ୟା କରାଯାଇ ଥିବା ପୋଲିସ କହିଛି। ତେବେ ଏହି ଘଟଣା ପଛରେ ପାରିବାରିକ ଗଣ୍ଡଗୋଳ କାରଣ ଥିବା ପୋଲିସ କହିଛି। ତେବେ ଏହି ହତ୍ୟାକାଣ୍ଡ ଘଟଣା ପୁରୀ ସହରରେ ଚଞ୍ଚଲ୍ୟ ଖେଳେଇ ଦେଇଛି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.