ଫୁଲବାଣୀ: ମହାମାରୀ କରୋନାକୁ ମାତ ଦେଇଛନ୍ତି 81 ବର୍ଷୀୟ ବୃଦ୍ଧ । କନ୍ଧମାଳ ରାଇକିଆ ତଳ ଇନ୍ଦ୍ରଗଡର ଗୋପିନାଥ ଡାକୁଆ ଫୁଲବାଣୀ କୋଭିଡ ହସପିଟାଲରୁ କୋରୋନା ରୋଗରୁ ଭଲ ହୋଇ 15 ଦିନ ପରେ ଘରକୁ ଫେରିଛନ୍ତି । ତେବେ ଆସିବା ସମୟରେ ହସପିଟାଲର କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ରାଇକିଆ ବ୍ଲକ ତଳ ଇନ୍ଦ୍ରଗଡର ଗୋପିନାଥ ଡାକୁଆ କୋରୋନାରେ ଆକ୍ରାନ୍ତ ହେବା ପରେ ଫୁଲବାଣୀ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପନ୍ଦର ଦିନ ପରେ ସୋମବାର ସେ ଭଲ ହୋଇ ଘରକୁ ଫେରିଛନ୍ତି । 81 ବର୍ଷର ବୃଦ୍ଧ କୋରୋନା ମହାମାରୀରୁ ଭଲ ହେବା ସମସ୍ତଙ୍କ ପାଇଁ ଶୁଭ ସୂଚନା । ଫେରିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ