ETV Bharat / state

Kandhamal Riots: ୧୪ ବର୍ଷ ପରେ ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ୧୪ ବର୍ଷ ପରେ କନ୍ଧମାଳ ଦଙ୍ଗାର ଶୁଣାଣି

୨୦୦୭ର ବହୁଚର୍ଚ୍ଚିତ ଦଙ୍ଗା ଘଟଣାର ୧୪ ବର୍ଷ ପରେ ୫୬ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କୋର୍ଟରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୋଗ ଭୁଲ୍‌ ପ୍ରମାଣିତ ହୋଇଛି । ଅଧିକ ପଢ଼ନ୍ତୁ

Kandhamal Riots: ୧୪ ବର୍ଷ ପରେ ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Dec 3, 2021, 10:34 PM IST

ଫୁଲବାଣୀ: ୨୦୦୭ର ବହୁଚର୍ଚ୍ଚିତ ଦଙ୍ଗା ଘଟଣାର ୧୪ ବର୍ଷ ପରେ ୫୬ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପୋଲିସ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଦଙ୍ଗା ସମୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ । ହେଲେ କୋର୍ଟରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୋଗ ଭୁଲ୍‌ ପ୍ରମାଣିତ ହୋଇଛି।

ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେଶ ନମ୍ବର 123/07ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା । ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ତେବେ ଦୀର୍ଘ ୧୪ ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଗଗନ ସାହୁ ଏହି ୫୬ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l

ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ରୁ ଊର୍ଦ୍ଧ୍ଵ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନଥିଲା ବୋଲି କୋର୍ଟ କହିଛନ୍ତି l ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା କେସ୍ ଲଢୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.