ETV Bharat / state

48 ଘଣ୍ଟିଆ ଦାରିଙ୍ଗବାଡିରେ ସଟଡାଉନ - ଦାରିଙ୍ଗବାଡି ସରପଞ୍ଚ ସଟଡାଉନ ଘୋଷଣା

ରବିବାର ସଂନ୍ଧ୍ୟାରୁ ମଙ୍ଗଳବାର ସଂନ୍ଧ୍ୟା 5 ଟା ପର୍ଯ୍ୟନ୍ତ 48 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଜଣେ କୋରୋନା ଯୋଦ୍ଧାଙ୍କୁ ସଂକ୍ରମଣ ହେବା ପରେ ଦାରିଙ୍ଗବାଡି ସରପଞ୍ଚ ଏପରି ସଟଡାଉନ ଘୋଷଣା କରିଛନ୍ତି।

48 hourd shutdown
48 ଘଣ୍ଟିଆ ଦାରିଙ୍ଗବାଡି ସଟଡାଉନ
author img

By

Published : Jun 21, 2020, 9:13 PM IST

ଫୁଲବାଣୀ: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ 48 ଘଣ୍ଟିଆ ସଟଡାଉନ ଘୋଷଣା । ରବିବାର ସଂନ୍ଧ୍ୟାରୁ ମଙ୍ଗଳବାର ସଂନ୍ଧ୍ୟା 5 ଟା ପର୍ଯ୍ୟନ୍ତ 48 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଜଣେ କୋରୋନା ଯୋଦ୍ଧାଙ୍କୁ ସଂକ୍ରମଣ ହେବା ପରେ ଦାରିଙ୍ଗବାଡି ସରପଞ୍ଚ ଏପରି ସଟଡାଉନ ଘୋଷଣା କରିଛନ୍ତି। ପ୍ରଥମଥର ପାଇଁ ଏହା କନ୍ଧମାଳ ଜିଲ୍ଲାର ସଟଡାଉନ।

48 ଘଣ୍ଟିଆ ଦାରିଙ୍ଗବାଡି ସଟଡାଉନ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରପଞ୍ଚ ରାଧାକାନ୍ତ ପ୍ରଧାନ ଏହି ସଟଡାଉନ ଘୋଷଣା କରିଛନ୍ତି । ଜଣେ କୋରୋନା ଯୋଦ୍ଧାଙ୍କୁ କରୋନା ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ସେ ଅନେକ ସ୍ଥାନ ବୁଲିଥିବା ସହ ଅନେକଙ୍କ ସମ୍ପର୍କରେ ଆସିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ସମ୍ପୂର୍ଣ୍ଣ ସଟଡାଉନ ହୋଇଥିଲେ ହେଁ ଅତ୍ୟାବଶ୍ୟକୀୟ ସେବା ଏଥିରୁ ବାଦ୍ ପଡିବ । ଅଫିସ ଓ ଦୋକାନ ବଜାର ସବୁ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦାରିଙ୍ଗିବାଡି ଜିଲ୍ଲା ଓ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବାରୁ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବା ସହ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦି କରିବା ଆରମ୍ଭ କରିଛି। ଏବେ ସମ୍ପୃକ୍ତ ସଂକ୍ରମିତଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.