ETV Bharat / state

ଭାରସାମ୍ୟ ହରାଇଲା ବାଇକ, ଚାଲିଗଲା 3 ଜୀବନ

author img

By

Published : Nov 15, 2021, 9:01 AM IST

କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମ ନିକଟରେ ପଲସର ବାଇକ ଦୁର୍ଘଟଣାଗ୍ରସ୍ତ। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣଙ୍କ ଫୁଲବାଣୀ ଡ଼ାକ୍ତରଖାନରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଫୁଲବାଣୀ: କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମ ନିକଟରେ ପଲସର ବାଇକ ଦୁର୍ଘଟଣାଗ୍ରସ୍ତ । ଘଟଣା ସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣଙ୍କ ଫୁଲବାଣୀ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି । ତେବେ ୩ ଜଣ ଯୁବକ ବାଇକରେ ଜି ଉଦୟଗିରିରୁ ରାଇକିଆକୁ ଆସୁଥିବା ବେଳେ ବାକିଙ୍ଗିଆ ଗ୍ରାମ ପ୍ରଧାନ ଢ଼ାବା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ମୃତ ୩ ଯୁବକ ହେଲେ ଭାଲିଆପଡ଼ା ଗ୍ରାମରର ଅଭିଷେକ ନାୟକ, ପାଜିମାହା ଗ୍ରାମର କିରଣ ପ୍ରଧାନ ଓ ଟିକାବାଲି ଅଞ୍ଚଳର ଅମିତ ଦିଗାଲ। ଏପଟେ ସୂଚନା ପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.