ଫୁଲବାଣୀ: ପାଣି କୁଣ୍ଡରେ ବୁଡି ଜଣେ ଦେଢ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସଦର ଥାନା ଅଞ୍ଚଳରେ । ସୂଚନା ମୁତାବକ ସଦର ଥାନା ଅନ୍ତର୍ଗତ ହାତିଗବା ଗ୍ରାମର ଗୋବର୍ଦ୍ଧନ କହଁରଙ୍କ ଦେଢ ବର୍ଷର ଝିଅ ପ୍ରଜ୍ଞାପ୍ରିୟା ନିଜ ଭାଇ ସହ ଘର ଅଗଣାରେ ଖେଳୁଥିଲା । ଘରର ଅନ୍ୟ ମାନେ ଭିତରେ କାର୍ଯ୍ୟ ବ୍ୟସ୍ତ ଥିଲେ । ହେଲେ ସେହି ସମୟରେ ଝିଅ ଅସାବଧାନତା ବଶତଃ ପାଣିକୁଣ୍ଡରେ ପଡି ଯାଇଥିଲା । ଏନେଇ ଘଟଣା ସ୍ଥଳରେ ପରିବାର ଲୋକେ ପରେ ଝିଅକୁ ପାଣିକୁଣ୍ଡରେ ପଡିଥିବା ଦେଖି ତାକୁ ଉଦ୍ଧାର କରିବା ସହ ତୁରନ୍ତ ତାକୁ ନେଇ ଗୁମାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁର ଦାଦା ଚିତ୍ରସେନ କହଁରଙ୍କ ଏତଲା କ୍ରମେ ସଦର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନାଯୋଗ୍ୟ, ମୃତ ଶିଶୁର ବାପା ଏକ ଦୁର୍ଘଟଣାରେ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି । ସାନ ଭଉଣୀ ନିଜ ଅତି ଆପଣା ଭାଇକୁ ଛାଡି ଆରପାରିକୁ ଚାଲିଗଲା । ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଘରେ ଆଉ ଶୁଭୁନି କୁନି ଝିଅ ପ୍ରଜ୍ଞାର ଡାକ ।
ପ୍ରକାଶ ଥାଉକି, କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପଡ଼ିଆ ଭିତରେ ଘଟିଛି ଅଘଟଣ । ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ କରି ପ୍ରଥମେ ଅମ୍ପାୟାରକୁ ମାଡ଼ ଏବଂ ପରେ ଅମ୍ପାୟାରଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଗଲା ଆୟୋଜକ କମିଟି ସଦସ୍ୟଙ୍କ ଜୀବନ । କଟକ ଚୌଦ୍ବାର ମହିଁଷାଲଣ୍ଡାଠାରେ ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଳ୍ୟ ଖେଳାଇ ଦେଇଛି ।
ଅଭିଯୁକ୍ତ ଛୁରାମାଡ଼ କରି ଫେରାର ଥିବା ବେଳେ ପୋଲିସ ତାକୁ ଧରିବା ଲାଗି ପ୍ରୟାସ ଜାରି ରଖିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଝିମିଟି ଖେଳରୁ ମହାଭାରତ ଭଳି, କ୍ରିକେଟ ଖେଳକୁ ନେଇ ହତ୍ୟାକାଣ୍ଡ ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚୌଦ୍ବାର ମହିଁଷାଲଣ୍ଡା ପଞ୍ଚାୟତରେ । ପଡ଼ିଆ ମଝିରେ ମ୍ୟାଚ ଆୟୋଜନ କମିଟିର ସଦସ୍ୟଙ୍କୁ ସର୍ବସମ୍ମୁଖରେ ଛୁରାମାଡ କରି ହତ୍ୟା କରାଯାଇଛି ।
ଇଟିଭି ଭାରତ, ଫୁଲବାଣୀ