ETV Bharat / state

BJDରେ ମିଶିଲେ ୨୫ରୁ ଊର୍ଦ୍ଧ୍ବ ଆଇନଜୀବୀ ଓ ୨୦୦ BJP କର୍ମୀ

ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ପୂର୍ବଦିନ ବିଜେଡିରେ ସାମିଲ ହେଲେ ୨୦୦ ବିଜେପି କର୍ମୀ । ଅଧିକ ପଢନ୍ତୁ...

200 BJP workers join BJD in Kandhamal
ବିଜେଡିରେ ମିଶିଲେ ୨୫ ରୁ ଉର୍ଦ୍ଧ୍ବ ଆଇନଜୀବୀ ଓ ୨୦୦ ବିଜେପି କର୍ମୀ
author img

By

Published : Nov 21, 2021, 10:31 PM IST

ଫୁଲବାଣୀ: ଆସନ୍ତାକାଲି (ସୋମବାର) କନ୍ଧମାଳ ଗସ୍ତ କରିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ। ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ଫୁଲବାଣୀରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ବିଜେଡିରେ ମିଶିଲେ ୨୫ ରୁ ଉର୍ଦ୍ଧ୍ବ ଆଇନଜୀବୀ ଓ ୨୦୦ ବିଜେପି କର୍ମୀ

ବରିଷ୍ଠ ଆଇନଜୀବୀ ବୀଣାପାଣି ପ୍ରଧାନଙ୍କ ନେତୃତ୍ବରେ 25ରୁ ଊର୍ଦ୍ଧ୍ବ ଆଇନଜୀବୀ ବିଜେଡିର ସାମିଲ ହୋଇଥିଲେ । ସେହିପରି ଜିଲ୍ଲାର 10ଟି ବ୍ଲକରୁ 200 ରୁ ଊର୍ଦ୍ଧ୍ବ ବିଜେପି କର୍ମୀ ମଧ୍ୟ ବିଜେଡ଼ିରେ ସାମିଲ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବ ମୂର୍ତ୍ତି ଏବଂ ନିର୍ମଳ ଶାସନରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି କର୍ମୀ । ଏହି ମିଶ୍ରଣ ପର୍ବରେ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତ ଏବଂ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ତତ୍ତ୍ବାବଧାନରେ ମିଶ୍ରଣ ପର୍ବ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ବିଜେଡି ଆହୁରି ମଜବୁତ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

କନ୍ଧମାଳରୁ ସଂଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.