ETV Bharat / state

Kandhamal Loot: ପ୍ରଧାନ ଶିକ୍ଷକଙ୍କଠାରୁ ଲୁଟିନେଲେ ୨ ଲକ୍ଷ

author img

By

Published : Dec 14, 2021, 12:02 PM IST

ବ୍ୟାଙ୍କରୁ ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇ ସ୍କୁଲକୁ ଫେରିବା ସମୟରେ ପ୍ରଧାନଶିକ୍ଷକଙ୍କ ଠାରୁ ଲୁଟ୍ (Loot From Head Master) । ଅଧିକ ପଢନ୍ତୁ

Kandhamal Loot: ପ୍ରଧାନ ଶିକ୍ଷକଙ୍କ ଠାରୁ ଲୁଟିନେଲେ ୨ ଲକ୍ଷ

ଫୁଲବାଣୀ: ବ୍ୟାଙ୍କରୁ ମଧ୍ୟାହ୍ନଭୋଜନ ଟଙ୍କା ଉଠାଇ ସ୍କୁଲକୁ ଫେରିବା ସମୟରେ ପ୍ରଧାନଶିକ୍ଷକଙ୍କ ଠାରୁ ଲୁଟ୍ ଅଭିଯୋଗ(Loot From Head Master) । ବାଲିଗୁଡା ପାଟଖଣ୍ଡା ବନ୍ଧ ନିକଟସ୍ଥ SBI ଏଟିଏମ ନିକଟରେ ୨ଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ପ୍ରଧାନଶିକ୍ଷକଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମୁଣ୍ଡାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ମଧ୍ୟାହ୍ନ ଭୋଜନ ଟଙ୍କା ଉଠେଇବାକୁ ବାଲିଗୁଡା SBI ବ୍ୟାଙ୍କର ବଜାର ବ୍ରାଞ୍ଚକୁ ଆସିଥିଲେ । ଟଙ୍କା ଉଠାଇ ବାଇକ ଯୋଗେ ସ୍କୁଲକୁ ଫେରୁଥିଲେ । ଏହି ସମୟରେ ବାଲିଗୁଡା ପାଟଖଣ୍ଡା ବନ୍ଧ ନିକଟରେ ପ୍ରଧାନଶିକ୍ଷକଙ୍କ ବାଇକକୁ ପଛପଟୁ ଆଉ ଏକ ବାଇକ୍ ଧକ୍କା ଦେଇଥିଲା । ଫଳରେ ପ୍ରଧାନଶିକ୍ଷକ ତଳେ ପଡିଯିବାରୁ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଏନେଇ ପ୍ରଧାନ ଶିକ୍ଷକ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.