ETV Bharat / state

ଠକେଇ ମାମଲାରେ 2 ଜଣଙ୍କୁ ସଶ୍ରମ କାରାଦଣ୍ଡ - fovgt money

ସରକାରୀ ତୋଷାରପାତ ମାମଲାରେ କନ୍ଧମାଳର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ 2 ଜଣଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 28, 2019, 10:33 PM IST

କନ୍ଧମାଳ: ସରକାରୀ ଅର୍ଥ ତୋଷାରପାତ କରିବା ଅଭିଯୋଗରେ ପ୍ରଧାନଶିକ୍ଷକ ଏବଂ ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା କାଳୀପ୍ରସାଦ ପାଣିଗ୍ରାହୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଏ ମାମଲାର ବିଚାର କରି କୋର୍ଟ ସେମାନଙ୍କୁ 3 ବର୍ଷର ସଶ୍ରମ କାରାଦଣ୍ଡ ସହ 50 ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଜରିମାନା ପରିମାଣ ଅନାଦେୟ ହୁଏ, ତାହାଲେ ନଅ ମାସ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜିଲାର କୋଟଗଡ ବ୍ଲକ ଅନ୍ତର୍ଗତ ଜୁବାଗୁଡା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥରୁ ପ୍ରାୟ 99 ହଜାର ଟଙ୍କା ହଡପ୍ କରିବା ଏବଂ ନିମ୍ନମାନର କାର୍ଯ୍ୟ କରିବା ଅଭିଯୋଗରେ ସ୍କୁଲର ପ୍ରଧାନଶିକ୍ଷକ ଜଳେଶ୍ବର ମଲିକ ଓ ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା କାଳୀପ୍ରସାଦ ପାଣିଗ୍ରାହୀଙ୍କୁ ସରକାରୀ ଅର୍ଥ ତୋଷାରପାତ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି ଭିଜିଲାନ୍ସ କୋର୍ଟ। ଏ ମାମଲାରେ ସ୍କୁଲ ପରିଚାଳନା କମିଟି ସଭାପତି କାଳୀ ପାଟ୍ଟମାଝୀଙ୍କୁ ଦୋଷମୁକ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କୋର୍ଟଙ୍କ ସୂଚନା ଅନୁସାରେ 2007-08 ବର୍ଷରେ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ 4 ଲକ୍ଷ 80 ହଜାର ଟଙ୍କା ଆସିଥିଲା । ସେଥିରୁ ପ୍ରାୟ 4 ଲକ୍ଷ 60 ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରି ଛାତ ଯାଏଁ କାମ ହୋଇଥିଲା । ଏହାର ନିର୍ମାଣ ଦାୟିତ୍ବରେ ଥିବା ବୈଷୟିକ ପରାମର୍ଶଦାତା କାଳୀପ୍ରସାଦ ପାଣିଗ୍ରାହୀ ଭୁଲ ମଷ୍ଟର ରୋଲ୍ ପ୍ରସ୍ତୁତ କରି ସମସ୍ତ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଦେଖାଇଥିଲେ।

ନିର୍ମାଣ ସରିବା ପରେ ସ୍କୁଲର ଛାତ ଗୋଟିଏ ପଟକୁ ଢଳି ଯାଇଥିବା ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏନେଇ 2010ରେ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ। ଏକ ମିଳିତ ବୈଷୟିକ ଟିମ୍ ନିର୍ମାଣ କାର୍ଯ୍ୟର ତଦନ୍ତ କରଥିଲା। ପ୍ରାୟ 99003 ଟଙ୍କା ହଡପ୍ ହୋଇଥିବା ଜଣାପଡିଥିଲା । ଏହି ମାମଲାରେ 12 ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ରାୟ ପ୍ରକାଶ ପାଇବା ପରେ ଗିରଫ ପ୍ରଧାନଶିକ୍ଷକ ଓ ବୈଷୟିକ ପରାମର୍ଶଦାତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ର ଏ ମାମଲା ପରିଚାଳନା କରୁଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

slug-head master convicted
format-avo
report-sadasiba patra
place-Phulabani(kandhamal)
date-28.5.2019
କନ୍ଧମାଳ ଜିଲା କୋଟଗଡ ବ୍ଲକ ଅନ୍ତର୍ଗତ ଜୁବାଗୁଡା ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଳେଶ୍ବର ମଲିକ ଓ ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା କାଳୀପ୍ରସାଦ ପାଣିଗ୍ରାହୀଙ୍କୁ ସରକାରୀ ଅର୍ଥ ତୋଷରପାତ ମାମଲାରେ ଦୋଷୀ ସାବ୍ୟସ୍ଥ କରି ଦଣ୍ଡବିଧାନ କରିଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟ  । ସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥର ପ୍ରାୟ ଅନେଶ୍ବତ ହଜାର ଟଙ୍କା ହଡପ୍ କରିବା ଏବଂ ନିମ୍ନ ମାନର କାର୍ଯ୍ୟ କରିବା ଅଭିଯୋଗରେ ଦୋଷୀ ପାଇ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ଼୍ଡାଦେଶ ଦେଇଛନ୍ତି କୋର୍ଟ  । ଏହା ସହିତ ପଚାଶ ହଜାର ଟଙ୍କା ଜୋରିମାନା କରିଥିବା ବେଳେ ଅନାଦେୟ ନଅ ମାସ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ  । ତେବେ ସ୍କୁଲ ପରିଚାଳନା କମିଟି ସଭାପତି କାଳୀ ପାଟ୍ଟମାଝୀଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ  ।
କୋର୍ଟ ସୂଚନା ଅନୁସାରେ 2007-2008 ମସିହାରେ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଚାରି ଲକ୍ଷ ଅଶୀଏ ହଜାର ଟଙ୍କା ଆସିଥିଲା  । ତେବେ ଚାରି ଲକ୍ଷ ଷାଠିଏ ହଜାର ଟଙ୍କା ଉଠାଣ କରି ଛାତ ଯାଏଁ କାମ କରିଥିଲେ  । ଏହା ସହିତ ବୈଷୟିକ ପରମର୍ଶଦାତା ଶ୍ରୀ ପାଣିଗ୍ରାହୀ ଭୂଲ ମଷ୍ଟର ରୋଲ୍ ପ୍ରସ୍ତୁତ କରି ସମସ୍ତ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖାଇଥିଲେ  । ସ୍କୁଲର ଛାତ ଗୋଟିଏ ପଟେ ଢଳି ଯାଇଥିବା ଜାଣି ଗ୍ରାମବାସୀଙ୍କ ଅଭିଯୋଗ ପରେ ଭିଜିଲାନସ୍ 2010ରେ ମାମଲା ରୁଜୁ କରି ତଦନ୍ତ କରିଥିଲା  । ଏକ ମିଳିତ ବୈଷୟିକ ଟିମ୍ ତଦନ୍ତ କରିଥିଲେ ଏବଂ 99003 ଟଙ୍କା ହଡପ୍ ଦର୍ଶାଇଥିଲେ  ।  ଏହି ମାମଲାରେ ବାର ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ  । ରାୟ ପ୍ରକାଶ ପାଇବା ପରେ ଗିରଫ ପ୍ରଧାନଶିକ୍ଷକ ଓ ବୈଷୟିକ ପରାମର୍ଶଦାତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ  । ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ର ମାମଲା ପରିଚାଳନା କରୁଥିଲେ  ।
....
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.