ETV Bharat / state

ଆଠ ବର୍ଷର ଶିଶୁକୁ ତଣ୍ଟି ଚିପି ହତ୍ୟା, 2 ଗିରଫ - Daringbati

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଳି ପଡିଗଲା 8 ବର୍ଷ ଶିଶୁ । ପ୍ରଥମେ ନିଖୋଜ କରିବା ପରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କଟାବାଡି ଗ୍ରାମ ନିକଟସ୍ଥ ପାହାଡରେ ତଣ୍ଟିଚିପି ହତ୍ୟା କଲେ ଦୁର୍ବୃତ୍ତ । ସେପଟେ ଏ ଘଟଣାରେ ଜଡିତ ଥିବା ନେଇ 2ଜଣକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : May 10, 2019, 2:51 PM IST

Updated : May 10, 2019, 8:47 PM IST

କନ୍ଧମାଳ: ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ କଟାବାଡି ଗାଁରେ ଚାଞ୍ଚଲ୍ୟକର ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି 8 ବର୍ଷର ଶିଶୁକୁ ଅତ୍ୟନ୍ତ ନିର୍ମମ ହତ୍ୟା କଲେ ଦୁଇ ହତ୍ୟାକାରୀ । ପ୍ରାୟ 3 ଦିନ ଧରି ନିଖୋଜ ଥିବା ଉକ୍ତ ଗାଁର ରିତେଶର ଗଳିତ ମୃତଦେହକୁ ଉଦ୍ଧାର କରିଛି ଦାରିଙ୍ଗବାଡି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନାଯୋଗ୍ୟ, ଗତ ରବିବାର ଠାରୁ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତର କଟାବାଡି ଗ୍ରାମର ତୃତୀୟ ଶ୍ରେଣୀ ଛାତ୍ର ରିତେଶ ନିଖୋଜ ଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରିତେଶର କୌଣସି ସୁରକ ମିଳି ପାରିନଥିଲା । ଫଳରେ ପରିବାର ଲୋକେ ସ୍ଥାନୀୟ ଦାରିଙ୍ଗବାଡି ଥାନାରେ ମାମଲା ରୁଜୁ କରିଥିଲେ ।

ପୋଲିସ ତଦନ୍ତ ପରେ ଉକ୍ତ ଗ୍ରାମର 2 ଜଣ ବ୍ୟକ୍ତି ମୀନକେତନ ପ୍ରଧାନ ଓ ସାମସଙ୍ଗ ପ୍ରଧାନକୁ ଅଟକ ରଖି ପଚରାଉଚରା ପରେ ସମ୍ପୂର୍ଣ୍ଣ ଘଟଣାଟି ଜଣାପଡିଥିଲା । ସେମାନେ ହିଁ ରିତେଶକୁ ପ୍ରଥମେ ଗାଁରୁ ଉଠେଇ ନେଇଥିବା ବେଳେ ନିକଟସ୍ଥ ପାହାଡରେ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ପାହାଡରେ ପୋତି ଦେଇଥିବା ନେଇ ସ୍ୱୀକାର କରିଛନ୍ତି ଏହି ଦୁଇ ଅଭିଯୁକ୍ତ। ରୀତେଶର ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଦେଇଛି।

ମୃତକଙ୍କ ବାପା ଅଟୋ ଚାଳକ। ଅଭିଯୁକ୍ତଙ୍କୁ ଅଟୋଚାଳନା ନ ଶିଖାଇବା ଏବଂ ଜମିଜମାକୁ କେନ୍ଦ୍ର କରି ଏଭଳି ବିଭତ୍ସ କାଣ୍ଡ ଭିଆଇଛନ୍ତି ବୋଲି ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି। ହତ୍ୟା,ପ୍ରମାଣ ନଷ୍ଟ ଏବଂ ଅପରାଧିକ ଷଡଯନ୍ତ୍ର ଦଫାରେ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

SLUG-AKSHAY TRUTIYA
AVO-MRUTYUNJAY SENAPATI,MAYURBHANJ
Date-07.05.2019
Anchor-ମୟୁରଭଞ୍ଜ ଜିଲ୍ଲା ବିଜେଡି  ପକ୍ଷରୁ ଆଜି ଜିଲ୍ଲାର ଶ୍ୟାମାଖୁଣ୍ଟ ବ୍ଲକ ବାଉଁଶ ବିଲା ଗାଁ ରେ  ଅକ୍ଷୟତୁତୀୟା ଉତ୍ସବ ପାଳିତ ହୋଇଯାଇଛି,ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ଦେବାଶିଷ ମହାନ୍ତି  ଅଖିମୁଠି ଅନୁକୂଳ କରିଛନ୍ତି। ଆଜି ପବିତ୍ର ଅକ୍ଷର ତୃତୀୟାରେ  ଚାଷ ଜମି ଓ ହଳ ଲଙ୍ଗଳ କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହାତରେ ଆଖିମୁଠି ଧରି ବିଲରେ ବୁଣି ଶୁଭାରମ୍ଭ କରିଛନ୍ତି ତା ସହ ଲଙ୍ଗଳ ଚଳେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ବହୁ ଗ୍ରାମବାସୀ ଉପସ୍ଥିତ ରହି ଏହି ପର୍ବ କୁ ଆନନ୍ଦ ର ସହ ପାଳନ କରିଛନ୍ତି।
Visual FTP
Last Updated : May 10, 2019, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.