ETV Bharat / state

ବିରଳ ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଯୁବକ

author img

By

Published : Oct 15, 2022, 5:33 PM IST

ବିରଳ ରକ୍ତ ଦେବା ପାଇଁ ରାଉରକେଲାରୁ କଳାହାଣ୍ଡି ପହଞ୍ଚିଲେ ରକ୍ତଦାତା । ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ । ଅଧିକ ପଢ଼ନ୍ତୁ

youngman saved a pregnant lady by donating rare blood in kalahandi
ବିରଳ ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଯୁବକ

ଭବାନୀପାଟଣା: ରକ୍ତ ଦେଇ ବଞ୍ଚାଇଲେ ଜୀବନ । ରକ୍ତଦାନ କରିବା ପାଇଁ ରାଉରକେଲାରୁ କଳାହାଣ୍ଡି ଆସିଲେ ରକ୍ତଦାତା । ବମ୍ବେ ଫେନୋଟାଇପ ଓ ପଜିଟିଭ ନାମକ ବିରଳ ଗ୍ରୁପର ରକ୍ତ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ହଇରାଣ ହେଉଥିବାବେଳେ ନିଜ ରକ୍ତ ଦେଇ ମହାନତା ଦେଖାଇଛନ୍ତି ରାଉରକେଲାର ଉମା ଚରଣ ପରିଡା ।

କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଆମପଦର ଗ୍ରାମର ଅର୍ଜୁ ମାଝୀଙ୍କ ସ୍ତ୍ରୀ ରେବତୀ ମାଝୀ ୮ ମାସର ଗର୍ଭବତୀ ଥିବାବେଳେ ତାଙ୍କ ଦେହରେ ରକ୍ତର ଅଭାବ ରହିଥିଲା । ତେଣୁ ଅର୍ଜୁ ମାଝୀ ନିଜ ସ୍ତ୍ରୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଭର୍ତ୍ତି କଲା ପରେ ତାଙ୍କ ଦେହରେ ରକ୍ତର ଅଭାବ ଥିବା ଜାଣି ବ୍ଲଡ଼ ଗ୍ରୁପ ପରୀକ୍ଷା କରାଗଲା ।

ପରୀକ୍ଷା ପରେ ଜାଣିପାରିଲେ ଯେ ସ୍ତ୍ରୀଙ୍କ ବ୍ଲଡ ଗ୍ରୃପ ବମ୍ବେ ଫେନୋଟାଇପ ଓ ପଜିଟିଭ ଯାହାକି ଏକ ବିରଳ ରକ୍ତ । ରକ୍ତ ଯୋଗାଡ କରିବା ପାଇଁ ବ୍ଲଡ ବ୍ୟାଙ୍କକୁ ଗଲାପରେ ମଧ୍ଯ ଏହି ବିରଳ ବ୍ଲଡ ଗ୍ରୁପର ରକ୍ତ ମିଳିଲା ନାହିଁ । ପରେ ଅର୍ଜୁ ମାଝୀ କିଛି ସାମାଜିକ ସଂଗଠନଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ସୋସିଆଲ ଆକ୍ଟିଭିଟ୍ସ ଅଫ କଳାହାଣ୍ଡି ନାମକ ଏକ ସଂଗଠନ ଏହି ଗ୍ରୁପର ରକ୍ତ ଯୋଗାଡ ପାଇଁ ଲାଗିପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ମାନବିକତା ଦେଖାଇଲେ ଯୁବକ, ଭୁଲରେ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ଫେରାଇଲେ

ଭୁବନେଶ୍ୱରର ଉତ୍କଳ ଫାଉଣ୍ଡେସନ ସଂଗଠନ ରକ୍ତ ଯୋଗାଡ କରିବାରେ ସାହାଯ୍ୟ କଲେ ଏବଂ ଜଣେ ରକ୍ତଦାତାଙ୍କୁ ରାଉରକେଲାରୁ ଭବାନୀପାଟଣା ପଠେଇଥିଲେ । ଏହାପରେ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହାୟକରେ ଉମା ଚରଣ ପରିଡା ଭବାନୀପାଟଣା ହସ୍ପିଟାଲ ଆସି ରକ୍ତଦାନ କରିଥିଲେ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହିଲରୁ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.