ETV Bharat / state

ସାମାଜିକ ଦୂରତ୍ୱ ନମାନିବାରୁ ଦଣ୍ଡ ଦେଲେ ବିଡିଓ - young man was punished

କଳାହାଣ୍ଡିରେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା କିଛି ଲୋକ ସାମାଜିକ ଦୂରତ୍ୱ ନରଖିବାରୁ ବିଡିଓ ସେମାନଙ୍କୁ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ...

lockdown effect
ସାମାଜିକ ଦୂରତ୍ୱ ନମାନି ଦଣ୍ଡ ଭୋଗିଲେ ଯୁବକ
author img

By

Published : Apr 6, 2020, 9:56 AM IST

Updated : Apr 6, 2020, 10:49 AM IST

ଭବାନୀପାଟଣା: ଜିଲ୍ଲା ମଦନପୁର ରାମପୁର ବିଡିଓଙ୍କ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ । ମହାମାରୀ କୋରୋନାଠୁ ଦୂରେଇ ରହିବା ପାଇଁ ସାରା ଦେଶ ଏବେ ଲକଡାଉନ । କେବଳ ଜରୁରୀ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅତି ଆବଶ୍ୟକ ନପଡିଲେ ଘରୁ ପଦାକୁ ବାହାରିବାକୁ କଟକଣା ଜାରି କରାଯାଇଛି ।

ସାମାଜିକ ଦୂରତ୍ୱ ନମାନିବାରୁ ଦଣ୍ଡ ଦେଲେ ବିଡିଓ

ତେବେ ବ୍ୟାଙ୍କ ସେବାକୁ ଏଥିରୁ ବାଦ ଦିଆଯାଇଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଟିଏମ ସବୁ ଖୋଲା ରହିଛି । ହେଲେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା କିଛି ଲୋକ ସାମାଜିକ ଦୂରତ୍ୱ ନରଖିବାରୁ ବିଡିଓ ରୁମାନା ଜାଫ୍ରୀ ସେମାନଙ୍କୁ ଉଠ ବସ କରାଇବା ସହ କୋଭିଡ-୧୯ ଭୂତାଣୁ ସମ୍ପର୍କରେ ସଚେତନ କରାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏସବୁ ଭିତରେ ନିଜ ସୁରକ୍ଷାକୁ ନେଇ ଲୋକେ କେବେ ସଚେତନ ହେବେ ତାହାହିଁ ସବୁଠୁ ବଡ ପ୍ରଶ୍ନ ? କାରଣ ଯଦି ଜୀବନ ଅଛି ତା ହେଲେ ଜୀବିକା ବି ଅଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Apr 6, 2020, 10:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.