ETV Bharat / state

ଗିରିଗୋବର୍ଦ୍ଧନ ପାହାଡ଼ରୁ ଗୋବର୍ଦ୍ଧନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ପାଇଁ ନେଲେ କି ଚରମ ନିଷ୍ପତ୍ତି ?

author img

By

Published : Mar 11, 2023, 7:48 AM IST

ଗିରିଗୋବର୍ଦ୍ଧନ ପାହାଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

hanging deadbody rescued
hanging deadbody rescued

ଭବାନୀପାଟଣା: ପାହାଡ଼ ନିକଟରେ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କାଉଡୋଲା ଗାଁ ମୁଣ୍ଡରେ ଥିବା ଗିରିଗୋବର୍ଦ୍ଧନ ପାହାଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ କାଉଡୋଲା ଗାଁ ଗୋବର୍ଦ୍ଧନ ଧଙ୍ଗାଡ଼ା ମାଝୀ । ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା କିଏ ହତ୍ୟା କରି ଝୁଲାଇ ଦେଇଛି ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ପ୍ରେମ ପାଇଁ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କାଉଡୋଲା ଗାଁ ମୁଣ୍ଡରେ ଥିବା ଗିରିଗୋବର୍ଦ୍ଧନ ପାହାଡ଼ ତଳେ ଥିବା ଏକ ନିମ୍ବ ଗଛରେ ମୃତଦେହ ଝୁଲୁଥିଲା । ଏହାଦେଖି ଗତକାଲି(ଶୁକ୍ରବାର) ପାହାଡ଼କୁ ଯାଇଥିବା କିଛି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ପୋଲିସ ପହଞ୍ଚିଥିଲା ପରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ମୃତଦେହକୁ ତଳକୁ ଓହ୍ଲାଇଥିଲା । ତେବେ ଯୁବକଜଣକ ଗାମୁଛା ସାହାଯ୍ୟରେ ଗଛରେ ଝୁଲିପଡିଥିବା ଦେଖାଯାଇଥିଲା । ମୃତ ଯୁବକ ଜଣକ କାଉଡୋଲା ଗାଁ ଗୋବର୍ଦ୍ଧନ ଧଙ୍ଗାଡ଼ାମାଝୀ ହୋଇଥିବା ବେଳେ ସେ ଗତ ଦୁଇଦିନ ହେଲା ଘରୁ ବାହାରି ଆଉ ଘରକୁ ଫେରିନଥିଲେ ।

ପରିବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ନ ପାଇବାରୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, "ଗତ କିଛିଦିନ ହେଲା ଗୋବର୍ଦ୍ଧନ କୌଣସି କାରଣରୁ ଚିଡି ଚିଡି ହେବା ସହ ଏକୁଟିଆ ରହୁଥିଲେ । ଗତ ଦୁଇଦିନ ତଳେ ସନ୍ଧ୍ୟା ସମୟରେ ଘରୁ ବାହାରି ଆସି ଆଉ ଫେରିନଥିଲେ । ଏନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । "

ଏହା ମଧ୍ୟ ପଢନ୍ତୁ: CFSL ଯିବ ସନ୍ଦିଗ୍ଧ ପାରା; ରାଜ୍ୟରେ ଥିବା ଡିଫେନ୍ସ ସଂସ୍ଥା ସୁରକ୍ଷା ନେଇ ଭୟ, କ୍ଷେପଣାସ୍ତ୍ର ଗୁଇନ୍ଦା ତଥ୍ୟ ଚୋରି ଆଶଙ୍କା !

ପୋଲିସ ମୃତଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଘଟଣାର ଛାନଭିନ ଆରମ୍ଭ କରିଛି ।ଏହା ହତ୍ୟା ନା ଆତ୍ମହତ୍ୟା ଜନିତ ମୃତ୍ୟୁ ଏ ଯାଏଁ ସ୍ପଷ୍ଟ ହୋଇପାରିନାହିଁ । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ । ସେପଟେ ଗୋବର୍ଦ୍ଧନଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.