ETV Bharat / state

ମନରେଗାରେ ଦୁର୍ନୀତି ଗନ୍ଧ ! 3ବର୍ଷ ପରେ ବି ମିଳୁନି ପାରିଶ୍ରମିକ

author img

By

Published : Jan 19, 2022, 8:06 PM IST

କଳାହାଣ୍ଡିରେ ବାଟବଣା ମନରେଗା ଯୋଜନା । ଯୋଜନାରେ କାମ କରି ହନ୍ତସନ୍ତ ହେଉଛନ୍ତି ଶ୍ରମିକ । କାହିଁକିନା ୩ ବର୍ଷ ହେଲାଣୀ ମିଳୁନି ମଜୁରୀ । ଅଧିକ ପଢନ୍ତୁ

ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ  : 3 ବର୍ଷ ପରେ ବି ମିଳୁନି ପାରିଶ୍ରମିକ

ଭବାନୀପାଟଣା: ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଗଲା । ଏହା ସହ କାମ ବି ଯୋଗାଇ ଦିଆଯାଉଛି ।

ହେଲେ ମଜୁରୀ ଦେବାରେ ଦେଖାଦେଉଛି ବ୍ୟତିକ୍ରମ । ଏପରି ଅଭିଯୋଗ ଆସିଛି କଳାହାଣ୍ତି ଜିଲ୍ଲା ଭବାନୀପାଟଣା ବ୍ଲକ କର୍ଲାପଡା ଗାଁରୁ। ହାତରେ ଜବ କାର୍ଡ ମନରେ କ୍ଷୋଭ । କାରଣ ମିଳୁନି ମଜୁରୀ ।

ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡ ଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ କର୍ଲାପଡା ଗାଁର ପ୍ରାୟ ୫୦ ଜଣ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ପଞ୍ଚାୟତ ତରଫରୁ ଚେକଡ୍ୟାମ ନିର୍ମାଣ ପାଇଁ କାର୍ଯାଦେଶ ଦିଆଯାଇଥିଲା । ହେଲେ କାମ କରିବାର ଆଜକୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ଶ୍ରମିକଙ୍କୁ ମିଳିନି ମଜୁରୀ ।

ଏନେଇ ହିତାଧିକାରୀ ବାରମ୍ୱାର ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟ ବରାଦ କରୁଛନ୍ତି । ହେଲେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ ଦୀର୍ଘ ୩ ବର୍ଷ ଧରି ମଜୁରୀରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥାକୁ ସମର୍ଥନ ପରି ମନେହୁଏ । ଏନେଇ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତଦନ୍ତ ପରେ କାର୍ଯାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.