ETV Bharat / state

ମଦ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ ଶତାଧିକ ମହିଳା - କଳାହାଣ୍ଡିରେ ବଢି ଚାଲିଛି ଖୁଲମ ଖୁଲା ମଦ ବିକ୍ରି

କଳାହାଣ୍ଡି ଜିଲ୍ଲାରେ କୁଟୀରଶିଳ୍ପ ଭଳି କିଛି ଟାଣୁଆ ଗୋଷ୍ଠୀ ଜଙ୍ଗଲ ମଧ୍ୟରେ ପ୍ରସ୍ତୁତ କରୁଛନ୍ତି ମଦ । ଦୁର୍ଗମ ଅଞ୍ଚଳ ଯୋଗୁଁ ଅବକାରୀ କିମ୍ବା ପୋଲିସର ପାଦ ପଡୁନି । ଅଧିକ ପଢନ୍ତୁ...

alcohol
ମଦକୁ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ ଶତାଧିକ ମହିଳା
author img

By

Published : Mar 2, 2020, 11:16 PM IST

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଅଞ୍ଚଳରେ ଖୁଲମ ଖୁଲା ମଦ ବିକ୍ରି ହେଉଛି । ଯାହାଫଳରେ ଘରେ ଘରେ ପୁରୁଷ ଓ ନାବାଳକ ମାନେ ମାଦକ ଦ୍ରବ୍ୟ ସେବନ କରି ଅସାମାଜିକ ପରିସ୍ଥିତି ସୃଷ୍ଟି କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କର୍ଲାପାଟ ପଞ୍ଚାୟତର SHG ମହିଳା ମାନେ ମଦ ବିରୋଧରେ ଜିଲ୍ଳା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମଦକୁ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ ଶତାଧିକ ମହିଳା

ଏନେଇ ଗାଁରେ ସବୁବେଳେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି। କୁଟୀରଶିଳ୍ପ ଭଳି କିଛି ଟାଣୁଆ ଗୋଷ୍ଠୀ ଜଙ୍ଗଲ ମଧ୍ୟରେ ମଦ ପ୍ରସ୍ତୁତି କରୁଛନ୍ତି। ଦୁର୍ଗମ ଅଞ୍ଚଳ ଯୋଗୁଁ ଅବକାରୀ କିମ୍ବା ପୋଲିସର ପାଦ ପଡୁନଥିବାରୁ ମଦୁଆ ଓ ମଦ ବେପାରୀଙ୍କ ଭୂସ୍ବର୍ଗ ହୋଇଥିବା ବେଳେ ମହିଳା ମାନେ ଅତିଷ୍ଠ ହୋଇ ସୋମବାର ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ବେଆଇନ ମଦ ବ୍ୟବସାୟ ବନ୍ଦ କରିବାକୁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.