ETV Bharat / state

କଳାହାଣ୍ଡି: ରୋଷେଇ ଗ୍ୟାସ୍ ଲିକ୍ ଯୋଗୁଁ ପୋଡିଗଲେ ଯୁବତୀ

author img

By

Published : Aug 16, 2022, 10:51 PM IST

ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ଯୁବତୀଙ୍କ ଦେହରେ ହଠାତ ଲାଗିଲା ନିଆଁ । ପରିବାର ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଧିକ ପଢନ୍ତୁ

ଯୁବତୀଙ୍କ ଅର୍ଦ୍ଧଦଗ୍ଧ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କଳାହାଣ୍ଡି: ରୋଷେଇ କରୁଥିବା ସମୟରେ ହେଲା ଗ୍ୟାସ ଲିକ । ଯୁବତୀଙ୍କ ଦେହରେ ହଠାତ ଲାଗିଲା ନିଆଁ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ଗାଁରେ । ଦେହରେ ନିଆଁ ଲାଗିଥିବା ଯୁବତୀ ଜଣକ ହେଲେ ଯଶୋଦା ନାଏକ ।

ସୂଚନା ଅନୁଯାୟୀ, ଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ଗାଁର ଯଶୋଦା ନାଏକ ଘରେ ରୋଷେଇ କରୁଥିଲେ । ଏହି ସମୟରେ ଗ୍ୟାସ ଲିକ ହୋଇ ଯୋଶଦାଙ୍କ ଦେହରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ଯୋଶଦା କିଛି ଉପାୟ ନ ପାଇ ଚିତ୍କାର କରିବାକୁ ଲାଗିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଆସି ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ । ପରେ ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ କାରଣରୁ ଗ୍ୟାସ ଲିକ ହୋଇଥିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.