ETV Bharat / state

କଲମପୁରରେ କୋରୋନା ଯୋଦ୍ଧାଙ୍କୁ ନିଆରା ସମ୍ମାନ

author img

By

Published : May 2, 2020, 10:18 AM IST

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମହିଳା ମହାସଂଘ ପକ୍ଷରୁ ଏକ ସୁନ୍ଦର ପ୍ରୟାସ କରାଯାଇଛି। କୋରୋନା ମହାମାରୀରେ ଯୋଦ୍ଧା ସାଜିଥିବା ସମସ୍ତ ଆଗଧାଡିର କର୍ମକତ୍ତାଙ୍କୁ ମହିଳା ମହାସଂଘ ପକ୍ଷରୁ ସମ୍ମାନିତ କରାଯାଇଛି।

Corona warriors in Kalampur
କଲମପୁରରେ କୋରୋନା ଯୋଦ୍ଧାଙ୍କୁ ନିଆରା ସମ୍ମାନ

ଭବାନୀପାଟଣା: ଏବେ ସାରା ବିଶ୍ୱରେ କୋରୋନା ଆତଙ୍କ ରାଜୁତି କରୁଥିବା ବେଳେ ଏଥିରେ ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ, ପ୍ରଶାସକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ କୋରୋନା ରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଦିନ ରାତି ପରିଶ୍ରମ କରିବା ସହ ଏହି ଯୁଦ୍ଧର ଆଗରେ ରହି ଲଢୁଛନ୍ତି।

ତେବେ ଏହି ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମହିଳା ମହାସଂଘ ପକ୍ଷରୁ ଏକ ସୁନ୍ଦର ପ୍ରୟାସ କରାଯାଇଛି। ପ୍ରଥମେ ମହାସଂଘର ମହିଳା ମାନେ କଲମପୁର ନିର୍ମାଲ୍ୟ କ୍ଷେତ୍ର ସମ୍ମୁଖରେ ପୋଲିସ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଛ ସାନିଟାଇଜର ଓ ମାସ୍କ ପ୍ରଦାନ କରି ସମ୍ମାନିତ କରିଛନ୍ତି।

କଲମପୁରରେ କୋରୋନା ଯୋଦ୍ଧାଙ୍କୁ ନିଆରା ସମ୍ମାନ

ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଛି। ପରେ ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓ ଏବଂ ସିଡ଼ିପିଓ ଙ୍କୁ ସମ୍ମାନିତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.