ETV Bharat / state

ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣା, ତଦନ୍ତ ଦାବିରେ ଥାନା ଘେରାଉ କଲେ ଅଞ୍ଚଳବାସୀ

author img

By

Published : Jul 29, 2023, 10:15 PM IST

ମହିଳାଙ୍କୁ ଶାଶୁଘର ଲୋକେ ପେଟ୍ରୋଲ ଢାଳି ହତ୍ୟା ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଶାଶୁ ଘର ଲୋକଙ୍କୁ ଗିରଫ ଦାବିରେ ମୃତ ମହିଳାଙ୍କ ପରିବାର ଓ ଅଞ୍ଚଲବାସୀ କୋକସରା ଥାନା ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ

woman murder case in kalahandi
ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣା
ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣା

ଭବାନୀପାଟଣା: ମହିଳାଙ୍କୁ ଶାଶୁଘର ଲୋକେ ପେଟ୍ରୋଲ ଢାଳି ହତ୍ୟା ଘଟଣା । ଘଟଣାରେ ମୃତ ମହିଳାଙ୍କ ସ୍ଵାମୀକୁ ପୋଲିସ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗିରଫ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ସଠିକ ଭାବରେ ତଦନ୍ତ କରୁନଥିବା ଅଭିଯୋଗ କରି ମୃତ ମହିଳାଙ୍କ ପରିବାର ଓ ଅଞ୍ଚଳବାସୀ କୋକସରା ଥାନା ଘେରାଉ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଦିପେନ ସାଗରଙ୍କ ଝିଅ ଉର୍ମିଳା ସାଗର ଓରଫ ପୂଜାର ବିବାହ ସାମାଜିକ ରୀତିନୀତି ଅନୁସାରେ ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ମାଝୀଗୁଡା ଗ୍ରାମର ବାଲେଶ୍ଵର ନାଗଙ୍କ ପୁଅ ଜୟନ୍ତ ନାଗଙ୍କ ସହିତ ହୋଇଥିଲା । ବିବାହର କିଛି ମାସ ଦାମ୍ପତ୍ୟ ସଂସାର ହସ ଖୁସିରେ ଅତିବାହିତ ହେବା ସହ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଉର୍ମିଳା । ପରେ ଉର୍ମିଳାଙ୍କ ଜୀବନରେ ମାଡି ଆସିଥିଲା ନିର୍ଯାତନାର କଳାବାଦଲ । ଅନେକ ସମୟରେ ସ୍ୱାମୀ, ଶାଶୁ ଓ ବଡ଼ଯାଆ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ଗତ ୨୩ ତାରିଖରେ ଉର୍ମିଳା ନିଜ ମାଆଙ୍କୁ ଫୋନ କରି ଶାଶୁଘର ଲୋକେ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରି ଜୀବନରେ ମାରି ଦେବାକୁ ଧମକ ଦେଉଥିବା କହିଥିଲେ । ଏଥିସହ ତାଙ୍କୁ ଏଠାରୁ ଶୀଘ୍ର ଆସି ନେଇଯିବାକୁ ଫୋନ ଯୋଗେ ମାଆଙ୍କୁ କହିଥିଲେ । ସେହିଦିନ ସନ୍ଧ୍ୟାରେ ଝିଅ ପୋଡ଼ି କୋକସରା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାଆଙ୍କ ପାଖକୁ ଖବର ଆସିଥିଲା । ଉର୍ମିଳାଙ୍କ ଶରୀର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସଙ୍କଟାପର୍ଣ୍ଣ ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !

ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୬ ତାରିଖ ଦିନ ଚିକିସାଧିନ ଅବସ୍ଥାରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ଖବର ପାଇବା ପରେ ବାପା ଦିପେନ ସାଗର କୋକସରା ପୋଲିସ ଥାନାରେ ପହଞ୍ଚି ଝିଅକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ପେଟ୍ରୋଲ ଢାଳି ହତ୍ୟା କରିଥିବା ନେଇ ସ୍ୱାମୀ, ଶାଶୁ ,ବଡ଼ଯାଆଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ଵାମୀ ଜୟନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶାଶୁ ଓ ବଡ଼ଯାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ପୋଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ମୃତ ଉର୍ମିଳାଙ୍କ ବାପା ଘର ଲୋକେ ଓ ଅଞ୍ଚଳବାସୀ କୋକସରା ଥାନା ଘେରାଉ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.