ଭବାନୀପାଟଣା: ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କୋଭିଡ ଟିକା ନେଇ ଆସିବା ବେଳେ ମହିଳାଙ୍କ ମୃତ୍ୟୁ, ଯାହାକୁ ନେଇ ପରିବାର ପକ୍ଷରୁ ଉତ୍ତେଜନା ଦେଖା ଦେଇଛି । ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମାଠିଆ ପଡାର ୩୫ ବର୍ଷୀୟ ବିନୋଦିନୀ ସାଗର ଟିକା ନେବା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କ ସ୍ୱାମୀ ଭୀଷ୍ମ ସାଗର ସହ ଯାଇଥିଲେ ।
ଆଉ ସେଠାରୁ ଘରକୁ ଫେରିବା ପରେ ଗୁରୁତର ହୋଇ ପଡିଥିଲେ ଯୁବତୀ । ତେବେ ମହିଳାଙ୍କୁ ତାଙ୍କ ପରିବାର ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଟିକା ନେବା ପରେ ଏପରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ବାମୀ । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ