ETV Bharat / state

ନର୍ଲା ଡାକ୍ତରଖାନାରେ ନବଜାତକୁ ନେଇ ଚର୍ଚ୍ଚା, ଶାରୀରିକ ଗଠନ ଅସାଧାରଣ

author img

By

Published : Oct 14, 2022, 9:52 PM IST

କଳାହାଣ୍ଡି ଜିଲ୍ଲା ନର୍ଲା ଡାକ୍ତରଖାନାରେ ଏକ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ ହୋଇଛି । ଯାହାର ଶାରୀରିକ ଗଠନ ଅସାଧାରଣ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନର୍ଲା ଡାକ୍ତରଖାନାରେ ନବଜାତକୁ ନେଇ ଚର୍ଚ୍ଚା, ଶାରୀରିକ ଗଠନ ଅସାଧାରଣ
ନର୍ଲା ଡାକ୍ତରଖାନାରେ ନବଜାତକୁ ନେଇ ଚର୍ଚ୍ଚା, ଶାରୀରିକ ଗଠନ ଅସାଧାରଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଡାକ୍ତରଖାନାରେ ଏକ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ ଚର୍ଚ୍ଚାର ବିଷୟ ହୋଇଛି । ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଶିଶୁ କନ୍ୟାଟିର ଶାରୀରିକ ଗଠନ ଅସାଧାରଣ ରହିଛି । ଶିଶୁ କନ୍ୟାଟିର କାନ୍ଧ ପାଖରେ ଏକ ତୃତୀୟ ହାତ ସଦୃଶ ଥିବାବେଳେ ମୁଣ୍ଡର ଗଠନ ଅସ୍ଵାଭାବିକ ରହିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଘରୁ ପହଞ୍ଚିବା ପରେ ନବଜାତର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ନର୍ଲା ବ୍ଲକ ଅନ୍ତର୍ଗତ ଡଙ୍ଗରତଲ ପଡା ଗାଁର ମହେନ୍ଦ୍ର ବେମାଲଙ୍କ ପତ୍ନୀ ରମ୍ଭା ବେମାଲଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଗତକାଲି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମସ୍ତ ପ୍ରକାର ଚିକିତ୍ସା ପରେ ଆଜି ରମ୍ଭା ବେମାଲ ଏକ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିଲେ । ହେଲେ ଶିଶୁ କନ୍ୟାଟିକୁ ଦେଖି ଡାକ୍ତରଙ୍କ ସମେତ ଉପସ୍ଥିତ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଜନ୍ମଦାତ୍ରୀ ମା' ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ନବଜାତ ଶିଶୁ କନ୍ୟାର ଶାରୀରିକ ଗଠନ ଅସାଧାରଣ ରହିଥିଲା ।

ଏହା ବି ପଢନ୍ତୁ- ଭିତରଡୁଙ୍ଗା ଗାଁରେ ଡାଇରିଆ ଆତଙ୍କ, ଜଣେ ମୃତ

ଶିଶୁ କନ୍ୟାଟିର କାନ୍ଧ ପାଖରେ ଏକ ତୃତୀୟ ହାତ ସଦୃଶ ଥିବାବେଳେ ମୁଣ୍ଡର ଗଠନ ଅସ୍ଵାଭାବିକ ଥିଲା । ସାଧାରଣ ନବଜାତକ ଠାରୁ ଏକ ଅଦ୍ଭୁତ ଶାରୀରିକ ଗଠନର ଶିଶୁ କନ୍ୟାର ଜନ୍ମକୁ ନେଇ ଡାକ୍ତରଖାନା କର୍ମଚାରୀ ତଥା ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଜନ୍ମଗ୍ରହଣ ପରେ ଶିଶୁ ଓ ମା' ଉଭୟେ ସୁସ୍ଥ ଥିବା ବେଳେ ତାଙ୍କୁ କିଛି ସମୟ ମେଡ଼ିକାଲରେ ରଖି ଘରକୁ ପଠାଇ ଦେଇଥିଲେ ଡାକ୍ତର।

ହେଲେ ଦୁଃଖର ବିଷୟ ଘରକୁ ପହଞ୍ଚିବା କ୍ଷଣି ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିଲା । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ନବଜାତ ଶିଶୁ କନ୍ୟାର ଫଟୋ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.