ETV Bharat / state

କଳାହାଣ୍ଡିରେ ବିକାଶମୂଳକ କାର୍ଯ୍ୟ ତଦାରଖ କଲେ WODC CEO ପ୍ରେମଚାନ୍ଦ ଚୌଧୁରୀ

ଦିନିକିଆ କଳାହାଣ୍ଡି ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀ । ଅଧିକ ପଢନ୍ତୁ...ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ୟ୍ଯ ନିର୍ବାହୀ ଅଧିକାରୀ ଙ୍କ କଳାହାଣ୍ଡି ଗସ୍ତ।

author img

By

Published : Jul 14, 2021, 6:17 AM IST

କଳାହାଣ୍ଡିରେ ବିକାଶମୂଳକ କାର୍ଯ୍ୟ ତଦାଖର କଲେ WODC CEO ପ୍ରେମଚାନ୍ଦ ଚୌଧୁରୀ

ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀ । ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ ଧର୍ମଗଡ଼, ଜୁନାଗଡ଼ ଓ କେସିଙ୍ଗାଠାରେ ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିବା କ୍ଷେତ ପୋଖରୀ ପରିଦର୍ଶନ କରିଛନ୍ତି ଚୌଧୁରୀ ।

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣଧିନ ଅନେକ ପ୍ରକଳ୍ପର ତଦାରଖ କରିଛନ୍ତି ପ୍ରେମଚାନ୍ଦ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା ବିକାଶପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀ, କଳାହାଣ୍ଡି ଜିଲ୍ଲାପାଳ ଗାଭାଳି ପରାଗ ହର୍ଷଦଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରକଳ୍ପ ଓ ବିଶେଷ କରି ଜୀବିକାମିଶନ, କୃଷି, ବ୍ୟବସାୟ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ କିପରି ରୋଜଗାର ଦିଆଯାଇ ପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.