ETV Bharat / state

JP Nadda in Kalahandi: ଓଡିଶାରେ ଶାସନ ଚଳାଉଛି କିଏ ପଚାରିଲେ ନଡ୍ଡା

ଜେପି ନଡ୍ଡା ଆଜି ସମ୍ବଲପୁରରୁ ହେଲିକେପ୍ଟର ଯୋଗେ ଆସି ଭବାନୀପାଟଣା କଲେଜ ପଡିଆ ଠାରେ ଅବତରଣ କରିଥିଲେ । ପ୍ରଥମେ ମା ମାଣିକେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ବିଜେପି ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଟାଉଲ ହଲ ଠାରେ ଦଳୀୟ କର୍ମୀଙ୍କ ସହ ବୈଠକ କରିଥିଲେ ନଡ୍ଡା । ଅଧିକ ପଢନ୍ତୁ

author img

By

Published : Jun 23, 2023, 8:59 PM IST

ଓଡିଶାରେ ଶାସନ ଚଳାଉଛି କିଏ: ବିଜେପି ସଭାପତି ନଡ୍ଡା

ଭବାନୀପାଟଣା: ଓଡିଶା ଚଳାଉଛି କିଏ? ନେତା ନା ଅଫିସର? ଭଡାରେ ଚାଲିଛି କି ଓଡିଶାର ଶାସନ? 23 ବର୍ଷର ସ୍ଥିର ସରକାର ସତ୍ବେ କାହିଁକି ଓଡିଶା ଆଜି ପଛୁଆ? ରାଜ୍ୟର 3.5 କୋଟି ଲୋକ ରାସନ ପାଉଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନାହିଁ । ଓଡିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଜରୁରୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ଦଳୀୟ ମହାଜନସଂପର୍କ ସମାବେଶରେ ଯୋଗ ଦେଇ ଏଭଳି ସିଧା ଆକ୍ରମଣ କରିଛନ୍ତି ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ।

ମୋଦି ସରକାରଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହେଉଛି ମହା ଜନସଂପର୍କ ସମାବେଶ । ଆଜି ଭବାନୀପାଟଣାରେ ଆୟୋଜିତ ସମାବେଶରେ ୟୋଗ ଦେଇ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ‘‘ ଓଡିଶା ଚଳାଉଛି କିଏ? ନେତା ନା ଅଫିସର? ଭଡାରେ ଚାଲିଛି କି ଓଡିଶାର ଶାସନ? 23 ବର୍ଷର ସ୍ଥିର ସରକାର ସତ୍ବେ କାହିଁକି ଓଡିଶା ଆଜି ପଛୁଆ? ରାଜ୍ୟର 3.5 କୋଟି ଲୋକ ରାସନ ପାଉଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନାହିଁ । ଓଡିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଜରୁରୀ ।’’

ସେହିପରି ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନା ଆୟୁଷ୍ମାନ ଭାରତ ଭଳି ଯୋଜନାର ଲାଭ ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତିକୁ ନେଇ ବର୍ଷିଥିଲେ ନଡ୍ଡା ।

ସେହିଭଳି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶର ଉପଲବ୍ଧିକୁ ବଖାଣିବା ସହ, ମୋଦି ସରକାର ଗତ 9 ବର୍ଷରେ କରିଥିବା କାର୍ଯ୍ୟର ହିସାବ ଦେଇଥିଲେ । ସେହିପରି କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୩ ଶହ କୋଟି ଟଙ୍କା ପ୍ରଦାନ କରିଥିବା ନଡ୍ଡା ନିଜ ଅଭିଭାଷଣରେ ରଖିଥିଲେ। ଏତତ ବ୍ୟତୀତ କଂଗ୍ରେସ ବିରୋଧରେ ଗର୍ଜିଥିଲେ ନଡ୍ଡା ।

ଜେପି ନଡ୍ଡା ଆଜି ସମ୍ବଲପୁରରୁ ହେଲିକେପ୍ଟର ଯୋଗେ ଆସି ଭବାନୀପାଟଣା କଲେଜ ପଡିଆ ଠାରେ ଅବତରଣ କରିଥିଲେ । ପ୍ରଥମେ ମା ମାଣିକେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ବିଜେପି ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଟାଉଲ ହଲ ଠାରେ ଦଳୀୟ କର୍ମୀଙ୍କ ସହ ବୈଠକ କରିଥିଲେ ନଡ୍ଡା ।

କିନ୍ତୁ ଏସବୁ ଭିତରେ ନଡ୍ଡାଙ୍କ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ଅବ୍ୟବସ୍ଥାର ଚିତ୍ର। ଷ୍ଟାଡିୟମରେ ବହୁ ସଂଖ୍ୟାରେ ଚୌକି ଖାଲି ପଡିଥିବାର ଚିତ୍ର ଦେଖିବାକୁ ମିଳିଥିଲା। ସେହିଭଳି ଟାଉନ ହଲ ଠାରେ ଗେଟ ପାସକୁ ନେଇ କର୍ମୀଙ୍କ ମଧ୍ୟରେ ଟଣା ଓଟରାର ଚିତ୍ର ଦେଖିବାକୁ ମିଳିଥିବା ବେଳେ ନଡ୍ଡା ମାଣିକେଶ୍ବରୀଙ୍କ ମନ୍ଦିର ଯିବା ରାସ୍ତାରେ ଆମ୍ବୁଲାନ୍ସ ଅଟକି ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ବିଜେପି ସଭାପତିଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରିଥିଲା କଂଗ୍ରେସ । ଏନେଇ କଂଗ୍ରେସ ନେତା କହିଛନ୍ତି ବିଜେପି ଦେଶ ବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଛି। ଆଜି ପର୍ଯ୍ୟନ୍ତ କଳାହାଣ୍ଡି ସାଂସଦ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବାରେ ବିଫଳ ହୋଇଛନ୍ତି। ଜୁନାଗଡ ଧର୍ମଗଡ ରେଳ ଲାଇନ ସମ୍ପ୍ରସାରଣ ନେଇ କେନ୍ଦ୍ର ରେଳମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା ପୁରଣ ହୋଇପାରି ନାହିଁ। ଏହାସହ ନର୍ଲା ରେଳ ମରାମତି କାରଖାନା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଅହେତୁକ ଦର ବୃଦ୍ଧି ଗରିବଙ୍କ ବେଶ କଷ୍ଟ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି।

ଜନସମାବେଶ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା, ସାଂସଦ ବସନ୍ତ ପଣ୍ଡା, ବିଧାୟକ ପ୍ରଦୀପ ନାଏକ, ମୁକେଶ ମହାଳିଙ୍ଗଙ୍କ ସମେତ ବହୁ ବରିଷ୍ଠ ନେତା ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.