ETV Bharat / state

ଆଶା ଆଶଙ୍କାରେ ଉତ୍କେଲା ଏୟାରଷ୍ଟ୍ରିପ, ବିମାନ ଉଡାଣକୁ ନେଇ ସନ୍ଦୀହାନ ଜିଲ୍ଲାବାସୀ - କଳାହାଣ୍ଡି ଉତ୍କେଲା ଏୟାରଷ୍ଟ୍ରିପ

ଉତ୍କେଲା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣକୁ ନେଇ ଏବେ ଜିଲ୍ଲା ବାସୀ ସନ୍ଦୀହାନ । କହିବାକୁ ଗଲେ ଜମି ଅଧିଗ୍ରହଣ ପ୍ରସଙ୍ଗ ଓ ଆବଶ୍ୟକୀୟ ଅନୁଦାନ କାରଣରୁ ଏବେ ଏୟାର ଏସିଆ ପକ୍ଷରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଉଡାନ ସେବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ  ।

when-will-aeroplane
when-will-aeroplane
author img

By

Published : Dec 24, 2019, 1:02 PM IST

Updated : Dec 24, 2019, 1:08 PM IST

କଳାହାଣ୍ଡି: ୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ । ସେ ସମୟରେ ଏହା ୧୨ ରୁ ୫୦ ସିଟ ବିଶିଷ୍ଟ ଏୟାରକ୍ରାଫ୍‍ଟ ପାଇଁ ପ୍ରଜୁଜ୍ୟ ଥିଲା । ତେବେ ୨୦୧୬-୧୭ ମସିହାରେ ଉଡାନ ଯୋଜନାରେ ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଆରମ୍ଭ ହୋଇଥିଲା ଏୟାରଷ୍ଟ୍ରିପର ସମ୍ପ୍ରସାରଣ, ରନୱେ ନିର୍ମାଣ, ପାଚେରୀ, ଡ୍ରେନ, ଦୁଇ ପାର୍ଶ୍ବରେ ରାସ୍ତା, ସିଗନାଲ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସର ନିର୍ମାଣ କରାଯାଇଥିଲା । ଏହା ଦ୍ବାରା ଉତ୍କେଲାରୁ ଭୂବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦୀଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି ।

ଆଶା ଆଶଙ୍କାରେ ଉତ୍କେଲା ଏୟାରଷ୍ଟ୍ରିପ..

ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ କରିସାରିଥିବା ବେଳେ ଉତ୍କେଲା ଏୟାରଷ୍ଟ୍ରିପ ପାଇଁ ଟର୍ମିନାଲ ବିଲ୍‍ଡିଂ, ଟେକ୍ସିଇନ, ପ୍ୟୁଏଲ ଷ୍ଟେସନ ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆବଶ୍ୟକ ଥିବା ପ୍ରାୟ ୧୦ ଏକର ଜମି ଓ ପ୍ରାୟ ୧୬ କୋଟି ଟଙ୍କାର ଅନୁଦାନ ଆବଶ୍ୟକତା ରହିଛି । ଏସବୁକୁ ନେଇ ଏହି ଉଡାନ ଯୋଜନା ଆଶା ଓ ଆଶଙ୍କାର ମରୀଚିକା ପାଲଟିଛି ।

ଗତ ମେ ମାସ ୨୦ ତାରିଖ ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ନେତୃତ୍ବରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପରିଚାଳନା ନିର୍ଦେଶକ ଭିନିତ ଗୁଲାଟି ଗସ୍ତ କରି କଳାହାଣ୍ଡି ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଉଡାନ ଯୋଜନା ଭିତ୍ତିଭୂମିର ସମୀକ୍ଷା କରିଥିଲେ ।

ତେବେ ଏସବୁ ଭିତରେ କିନ୍ତୁ ଲକ୍ଷ୍ୟ ଠାରୁ ବହୁଦୂରରେ କଳାହାଣ୍ଡି ବାସୀଙ୍କ ବହୁପ୍ରତିକ୍ଷୀତ ଉଡାନ ଯୋଜନା । ଏହା କେବେ ପୂରଣ ହେଉଛି ତାହାକୁ କେବଳ ମରୁଭୂମିର ଜଳରାଶି ଖୋଜିଲା ଭଳି ଚାହିଁ ରହିଛନ୍ତି ଜିଲ୍ଲାବାସୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଉତ୍କେଲା ଏୟାରଷ୍ଟ୍ରିପ ରୁ "ଉଡାନ କେବେ" ?

ଡେସ୍କ- ସ୍ମୃତିରେଖା ତରାନିଆ।

କଳାହାଣ୍ଡି ଜିଲ୍ଲା ଉତ୍କେଲା ଏୟାରଷ୍ଟ୍ରିପ ରୁ ଉଡାନ କୁ ନେଇ ଏବେ ଜିଲ୍ଲା ବାସୀ ସନ୍ଦିହାନ ।କହିବାକୁ ଗଲେ ଜମି ଅଧିଗ୍ରହଣ ପ୍ରସଙ୍ଗ ଓ ଆବଶ୍ୟକୀୟ ଅନୁଦାନ କାରଣ ରୁ ଏବେ ଏୟାର ଏସିୟା ପକ୍ଷରୁ କାର୍ଯକ୍ଷମ ହେବାକୁ ଥିବା ଉଡାନ ସେବା କୁ ନେଇ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି ।
ଭିଓ-୦୧-କଳାହାଣ୍ଡି ଜିଲ୍ଲା ଉତ୍କେଲା ଏୟାରଷ୍ଟ୍ରିପ ୧୯୬୨ ମସିହା ରେ ସ୍ଥାପନ ହୋଇଥିଲା । ସେ ସମୟରେ ଏହା ୧୨ ରୁ ୫୦ ସିଟ ବିଶିଷ୍ଟ ଏୟାରକ୍ରାଫ୍‍ଟ ପାଇଁ ପ୍ରଜୁଜ୍ୟ ଥିଲା ।ତେବେ ୨୦୧୬-୧୭ ମସିହା ରେ ଉଡାନ ଯୋଜନା ରେ ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଆରମ୍ଭ ହୋଇଥିଲା ଏୟାରଷ୍ଟ୍ରିପ ର ସମ୍ପ୍ରସାରଣ,ରନୱେ ନିର୍ମାଣ,ପାଚେରୀ,ଡ୍ରେନ,ଦୁଇ ପାର୍ଶ୍ୱରେ ରାସ୍ତା,ସିଗନାଲ ରୁମ, କଣ୍ଟ୍ରୋଲ ରୁମ,ରେଷ୍ଟ ହାଉସ,ଗେଷ୍ଟ ହାଉସ ର ନିର୍ମାଣ କରାଯାଇଥିଲା ।ଏହା ଦ୍ୱାରା ଉତ୍କେଲା ରୁ ଭୂବନେଶ୍ୱର, ରାୟପୁର, ବିଶାଖାପାଟଣା,ଚେନ୍ନାଇ,ନୂଆଦୀଲ୍ଲୀ,ମୁମ୍ୱାଇ ଓ କୋଲକାତା କୁ ନିୟମିତ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି ।ହେଲେ ଏହି ଘୋଷଣା ଘୋଷଣା ରେ ହିଁ ରହିଯାଇଛି ।Body:ଭିଓ-୦୨-ପ୍ରଧାନ ମନ୍ତ୍ରୀ ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ କରିସାରିଥିବା ବେଳେ ଉତ୍କେଲା ଏୟାରଷ୍ଟ୍ରିପ ପାଇଁ ଟର୍ମିନାଲ ବିଲ୍‍ଡିଂ,ଟେକ୍ସିଇନ,ପ୍ୟୁଏଲ ଷ୍ଟେସନ ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆବଶ୍ୟକ ଥିବା ପ୍ରାୟ ୧୦ ଏକର ଜମି ଓ ପ୍ରାୟ ୧୬ କୋଟି ଟଙ୍କା ର ଅନୁଦାନ ର ଆବଶ୍ୟକତା ରହିଛି ।ଏସବୁ କୁ ନେଇ ଏହି ଉଡାନ ଯୋଜନା ଆଶା ଓ ଆଶଙ୍କା ର ମରୀଚିକା ପାଲଟିଛି ।ଗତ ମେ ମାସ ୨୦ ତାରିଖ ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଙ୍କ ନେତ୍ରୁତ୍ୱରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ର ପରିଚାଳନା ନିର୍ଦେଶକ ଭିନିତ ଗୁଲାଟି ଙ୍କ ସହିତ ଆସି ଉତ୍କେଲା ଏୟାରଷ୍ଟ୍ରିପ ରେ କଳାହାଣ୍ଡି ଜିଲ୍ଲାପାଳ ,ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସହିତ ଉଡାନ ଯୋଜନା ର ଭିତ୍ତିଭୂମି ର ସମୀକ୍ଷା କରିଥିଲେ । ତେବେ ଏସବୁ ଭିତରେ କିନ୍ତୁ ଲକ୍ଷ୍ୟ ଠାରୁ ବହୁଦୂରରେ କଳାହାଣ୍ଡି ବାସୀ ଙ୍କ ବହୂପ୍ରତିକ୍ଷୀତ ଉଡାନ ଯୋଜନା ଭଳି ମନେ ହେଉଛି ।Conclusion:ବାଇଟ- ଅଜିତ କୁମାର ବାବୁ (ପୂର୍ତ୍ତ ବିଭାଗ ନିର୍ବାହୀ)
ବାଇଟ-ନିହାର ମିଶ୍ର (ଭବାନୀପାଟଣା ବାସୀନ୍ଧା )
ପି ଟୁ ସି

Last Updated : Dec 24, 2019, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.