ETV Bharat / state

ଗୁହାରୀ ଶୁଣିଲାଣି ପ୍ରଶାସନ, ଗ୍ରାମବାସୀ ତିଆରି କଲେ କାଠ ପୋଲ

author img

By

Published : Nov 21, 2022, 12:44 PM IST

କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଲକ ମୁଖ୍ୟାଳୟ ଠାରୁ ୧୨ କିଲୋମିଟର ଦୂରରେ ଥିବା ଖମନପଡା ଗାଁରେ ନିଜ ପାଇଁ କାଠ ପୋଲ ତିଆରି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଶୁଣିଲାଣି ପ୍ରଶାସନ, ନିଜ ପାଇଁ କାଠ ପୋଲ ତିଆରି କଲେ ଗ୍ରାମବାସୀ

ଭବାନୀପାଟଣା: ଶୁଣିଲାନି ଜିଲ୍ଲା ପ୍ରଶାସନ । ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ଗ୍ରାମବାସୀ । ହେଲେ କୌଣସି ଫଳ ନ ମିଳିବାରୁ ଗ୍ରାମବାସୀ ନିଜ ପାଇଁ ନିଜେ ନିର୍ମାଣ କଲେ କାଠ ପୋଲ । ଶେଷରେ ହୋଇପାରିଲା ଯାତାୟତର ସୁବିଧା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଲକ ମୁଖ୍ୟାଳୟ ଠାରୁ ୧୨ କିଲୋମିଟର ଦୂରରେ ଥିବା ଖମନପଡା ଗାଁରେ ।

ତେବେ ଆଜିବି ଉପାନ୍ତ ଅଞ୍ଚଳରେ ସରକାରଙ୍କ ଯୋଜନା ଅପହଞ୍ଚ । ଗାଁକୁ ସହର ସହ ଯୋଡିବା ପାଇଁ ରାସ୍ତା ଓ ପୋଲ ନିର୍ମାଣ ପଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଆଜିବି କିଛି ଅଞ୍ଚଳରେ ସରକାର ଙ୍କ ଯୋଜନା ହୋଇଛି ବାଟବଣା । ଖମନପଡା ଗାଁରେ ପ୍ରାୟ ୨୫ ପରିବାର ବସବାସ କରନ୍ତି । ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ବାଲୀଜୋର ନଦୀ ଯାହା ଗ୍ରାମବାସୀଙ୍କ ପାଇଁ ଏକ ଅଭିଶାପ ପାଲଟିଛି । ବାଲୀଜୋର ନଦୀରେ ପୋଲ ଟିଏ ନିର୍ମାଣ ନେଇ ଗ୍ରାମବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

କିଛି ଦିନ ତଳେ ଖମନପଡା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଗାଁକୁ ପୋଲ ନଥିବା ଯୋଗୁଁ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇ ପାରି ନଥିଲା । ଫଳରେ ଗ୍ରାମବାସୀ ଭରା ନଇଁର ଖଟିଆରେ ଗର୍ଭବତୀ ମହିଳାଙ୍କୁ ବୋହି ମେଡ଼ିକାଲ ନେଇଥିଲେ । କେବଳ ସ୍ବାସ୍ଥ୍ୟ ସେବା ଅପହଞ୍ଚ ତାହା ନୁହେଁ ଗାଁରେ ସ୍କୁଲ ନ ଥିବା କାରଣରୁ ନିକଟସ୍ଥ ଗାଁକୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ଏହି ନଦୀ ଦେଇ ଯିବା ଆସିବା କରିଥାନ୍ତି । ଏନେଇ ବାରମ୍ବାର ଗ୍ରାମବାସୀ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କଲା ପରେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ନିଜ ଗାଁ ପାଇଁ ପୋଲ ନିର୍ମାଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ ।

ବାଲୀଜୋର ନଦୀରେ କାଠପୋଲ ଟିଏ ନିର୍ମାଣ କରିଛନ୍ତି । ଯାହା କିଛି ମାତ୍ରାରେ ଗ୍ରାମବାସୀଙ୍କ ସମସ୍ୟାକୁ ଦୂର କରିଥିବାବେଳେ, ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.