ETV Bharat / state

କୋଟିପତି ରେଞ୍ଜ ଅଫିସର: ୨ କୋଟି ୪୫ ଲକ୍ଷ ସମ୍ପତ୍ତି ଠାବ

author img

By

Published : Dec 22, 2022, 7:32 AM IST

କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ୨ କୋଟି ୪୫ ଲକ୍ଷ ସମ୍ପତ୍ତି ଠାବ । ଗତକାଲି(ବୁଧବାର) ତାଙ୍କ ଘର ଓ ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

କୋଟିପତି ରେଞ୍ଜ ଅଫିସର
କୋଟିପତି ରେଞ୍ଜ ଅଫିସର

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ରେଞ୍ଜ ଅଫିସର । ଚଢାଉ ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି(Forest Range Officer Under Vigilance Scanner) । ଭିଜିଲାନ୍ସ ହାତରେ ରେଞ୍ଜ ଅଫିସରଙ୍କ ୨ କୋଟି ୪୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲାଗିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି(ବୁଧବାର) ଭିଜିଲାନ୍ସ ପକ୍ଷରୁ ଏହି ଅଧିକାରୀଙ୍କ ଘରେ ଓ ଅଫିସରେ ଚଢାଉ କରାଯାଇଥିଲା ।

ଭିଜିଲାନ୍ସର ୪ଟି ଟିମ୍ ରେଞ୍ଜ ଅଫିସରଙ୍କ କେସିଙ୍ଗା ସହରର ଓମ୍ ନଗରସ୍ଥିତ ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀରେ ଥିବା ବାସଭବନ, କେଗାଁରେ ଥିବା ସରକାରୀ କ୍ୱାର୍ଟର୍ ଓ ଅଫିସ୍ ଚାମ୍ବରରେ ଏକକାଳୀନ ଚଢାଉ କରିଥିଲେ । ଏହି ଟିମରେ ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ କେ ଗାଁ ଫରେଷ୍ଟ ରେଞ୍ଜ ଅଫିସର, ୪ଟି ସ୍ଥାନରେ ଚାଲିଛି ଚଢାଉ

ଏହି ଚଢାଉ ସମୟରେ କେଶବ(Range Officer Keshab Majhi) ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, କେଶବଙ୍କ ବ୍ୟାଙ୍କ ଓ ଜୀବନବୀମା ପଲିସିରେ ୩୩ ଲକ୍ଷରୁ ଅଧିକ ଟଙ୍କା ଜମାରାଶି ରହିଛି । କେସିଙ୍ଗା ଓମ୍ ନଗରରେ ପ୍ଲଟ ନଂ.୪୧୯/୧୦୨୦/୬୪୭/୯୬୮ରେ ୫୧୦୦ ବର୍ଗଫୁଟ୍‌ରେ ଥିବା ୪ମହଲା କୋଠା ଯାହାର ମୂଲ୍ୟ ୧.୧୮ କୋଟି ଟଙ୍କା ହେବ । ସେହିପରି କେସିଙ୍ଗା ଟାଉନ୍‌ରେ ୪ଟି ପ୍ଲଟ୍ ଯାହାର ଅନୁମାନିକ ମୂଲ୍ୟ ୨୮.୮୯ ଲକ୍ଷ ହେବ ବୋଲି ସୂଚନା ମିଳିଛି । କବଲା ସମୟରେ ଏହାର ପ୍ରକୃତ ମୂଲ୍ୟ ଲୁଚାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି ।

ଏହାମଧ୍ୟ ପଢନ୍ତୁ: IDCOL ଡିଏମଙ୍କ ଆଖି ଖୋସିଲା ଭଳି ସମ୍ପତ୍ତି, ଯେତେ ଖୋଳିଲେ ସେତେ ବାହାରୁଛି

ଏହାସହିତ ୨,୭୮,୬୪୦ ନଗଦ ଟଙ୍କା, ୪୭୭ ଗ୍ରାମ ସୁନା, ୩୨୦ ଗ୍ରାମ ରୁପା ଠାବ ହୋଇଛି । ଏହି ଅଳଙ୍କାର ମୂଲ୍ୟ ପ୍ରାୟ ୧୫.୬୮ ଲକ୍ଷ ହୋଇଥିବା ବେଳେ ୨ଟି ଚାରି ଚକିଆ ଯାନ ଯାହାର ଆନୁମାନିକ ମୂଲ୍ୟ ୨୬.୧୫ ଲକ୍ଷ, ୨ଟି ୩.୨୩ ଲକ୍ଷର ବାଇକ୍ ସମେତ ୧୩.୪ ଲକ୍ଷର ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଠାବ ହୋଇଛି । ଭିଜିଲାନ୍ସର ଟେକ୍‌ନିକାଲ୍ ୱିଙ୍ଗ୍ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି । ଏସବୁ ସମ୍ପତ୍ତିର ମୂଲ୍ୟ ୨.୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବା ଆକଳନ କରାଯାଇଛି । ତେବେ କେଶବଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.