ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର । ମହୁଲପାଟଣା ଫାଣ୍ଡି ପୂର୍ବତନ ASI ମଳୟ ରଣାଙ୍କ ଭିଜିଲାନ୍ସ କେସ ରଫାଦଫା ପାଇଁ ନଗଦ ଟଙ୍କା ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି ।
ଭବାନୀପାଟଣା ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ASI ଠାରୁ ୩ ଲକ୍ଷ ଟଙ୍କା ଦାବି କରୁଥିଲେ । ଆଜି(ଶନିବାର) ସେ ନିଜ ଟିଭି ସେଣ୍ଟର ପଡା ବାସଗୃହରେ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ ଚଢାଉ କରିଥିଲା । ତେବେ ମହୁଲପାଟଣା ଫାଣ୍ଡି ପୂର୍ବତନ ASI ମଳୟ ରଣାଙ୍କ ଭିଜିଲାନ୍ସ କେସ ରଫା ଦଫା ପାଇଁ ସେ ନଗଦ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଟିମ ହାତରେ ଧରା ପଡିଛନ୍ତି । ଜବତ ହୋଇଥିବା ଟଙ୍କାରେ କେମିକାଲ ବୋଳା ହୋଇଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ