ETV Bharat / state

ଆକାଉଟାଣ୍ଟଙ୍କ ଦରମା ଜାଲିଆତି, ଘାଣ୍ଟୁଛି ଭିଜିଲାନ୍ସ

ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକଙ୍କର ଦରମା ଜାଲିଆତି ନେଇ ଏକକ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ । ଅଧିକ ପଢନ୍ତୁ

ଆକାଉଣ୍ଟଟାଣ୍ଡକୁ ଜେରା କରିଛି  ଭିଜିଲାନ୍ସ ବିଭାଗ

author img

By

Published : Oct 14, 2022, 7:50 PM IST

କଳାହାଣ୍ଡି: ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକଙ୍କର ଦରମା ଜାଲିଆତି ଘଟଣା । ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଟାଣ୍ଟ ସୁଚିସ୍ମିତା ସୁଆର ଫେରାର ମାରିବା ନେଇ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଶିକ୍ଷା ବିଭାଗ ।

ତେବେ ଘଟଣାକୁ ନେଇ ନିଜ ପଟୁ ମାମଲା ରୁଜୁ କରିଥିଲା ଜିଲ୍ଲା ଭିଜିଲାନ୍ସ ବିଭାଗ । ଏନେଇ ଆଜି ସକାଳୁ ପ୍ରଥମେ ଆକାଉଟାଣ୍ଟ ସୁଚିସ୍ମିତା ସୁଆରଙ୍କ ଘରକୁ ସିଲ କରିବା ସହ ଗତକାଲି ଅନେକ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ଟିମ୍ ।

ସେପଟେ ଦିନ ଦୁଇଟା ରୁ ରାତ୍ର ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ଅବସର ପ୍ରାପ୍ତ ତତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ, କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ ବିଆରସି ଜୟକୁମାର ମାଝୀ ଓ ଆକାଉଟାଣ୍ଟ ସୁମନ୍ତ ଆଚାର୍ଯ୍ୟଙ୍କୁ ଗତକାଲି ଜେରା କରିଛି ଭିଜିଲାନ୍ସ ଟିମ୍ । ତେବେ ଜେରା ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆକାଉଟାଣ୍ଟ ସୁଚିସ୍ମିତା ସୁଆରକୁ ଧରିବାରେ କଳାହାଣ୍ଡି ପୋଲିସ ବିଫଳ ହୋଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.