ETV Bharat / state

ଉତ୍କଳ ଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା, ଝୁମିଲେ ଜିଲ୍ଲାବାସୀ

author img

By

Published : Apr 2, 2023, 1:33 PM IST

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

utkal divas
utkal divas
utkal divas

ଭବାନୀପାଟଣା/ଭଦ୍ରକ: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ସମ୍ମାନ ଅର୍ପଣ କରାଯାଇଛି । ସାରା ରାଜ୍ୟରେ ପ୍ରତିଟି ଓଡ଼ିଆ ତାର ସ୍ବାଭିମାନ ଓ ଅସ୍ମିତାର ଦିବସ ପାଳନ କରିଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖ ବା ଆଜିର ଦିନକୁ ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ରାଜ୍ୟର ପରିଚୟ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସାଧକମାନଙ୍କୁ ଏହି ଅବସରରେ ସମ୍ମାନ ଜଣାଉଥିବା ବେଳେ ଗାଁଠୁ ସହର ସବୁଠି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ଏପ୍ରିଲ ୧ରେ ଓଡ଼ିଶା ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିବା ବେଳେ ଏହି ଦିନକୁ ସମସ୍ତେ ଉତ୍କଳ ଦିବସ ପାଳନ କରିଛନ୍ତି । ଆଉ ଆମକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ମହାମାନବ ଓ ଓଡ଼ିଶାର ଗୌରବମାନଙ୍କୁ ଆଜି ସ୍ମରଣ କରି ସେମାନଙ୍କର ସ୍ମୃତି ଚାରଣ କରୁଛନ୍ତି । ଏହା ସହ ଏହି ଦିନରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ରାଜ୍ୟର ସୁରକ୍ଷା ବାହିନୀ ଓଡିଶା ପୋଲିସ । ଏହି ପରିପ୍ରେକ୍ଷୀରେ ଗତକାଲି କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସୁରକ୍ଷା ବାହୀନିରେ ପୋଲିସ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ବାଟାଲିଅନ ପୋଲିସ ଆଦି ସାମିଲ ହୋଇଥିଲେ ।

ତେବେ ସାରା ଓଡ଼ିଶାର ସୁରକ୍ଷା ପାଇଁ ସବୁବେଳେ ସବୁଠାରେ ସଜାଗ ହୋଇ ରହିଛନ୍ତି ରାଜ୍ୟ ପୋଲିସ ବିଭାଗ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଆଉ ସେହି ଦିନ ହିଁ ପ୍ରତିଷ୍ଠା ହୋଇଥିଲା ଆମ ରାଜ୍ୟ ପୋଲିସ । ଏହି ଦିବସକୁ ବେଶ ଧୁମଧାମରେ ପାଳନ କରିଛି କଳାହାଣ୍ଡି ପୋଲିସ । ଭବାନୀପାଟଣା ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ପୋଲିସ ପ୍ରତିଷ୍ଠା ଦିବସ । ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଏସପି ଅଭିଳାଷ ଜି ଯୋଗ ଦେଇ ଆୟୋଜିତ ପ୍ୟାରେଡ଼ର ଅଭିବାଦନ କରିବା ପରେ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ କର୍ମଚାରୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ଟାଉନ ହଲ ଠାରେ ସନ୍ଧ୍ୟାରେ ପାଳିତ ହୋଇଥିଲା ଉତ୍କଳ ଦିବସ ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସଂମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ପୌର ଅଧକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇ ପ୍ରଥମେ ମହା ପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ । ନିଜ ମାଟି ପାଇଁ ସଭିଏଁ ଏକାଠି ହୋଇ କାମ କରିବା ସହ ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ଇଚ୍ଛା ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ଆୱାନ କରିଥିଲେ ଉପସ୍ଥିତ ଅତିଥି । ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ଓ ଘୁମୁରା ନୃତ୍ୟରେ ଝୁମି ଉଠିଥିଲେ ଜିଲ୍ଲାବାସୀ।

ସେହିପରି ଅନ୍ୟପଟେ ଏହି ଅବସରରେ ଗତକାଲି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ସ୍ତରୀୟ 88 ତମ ଉତ୍କଳ ଦିବସ ପାଳନ କରାଯାଇଛି । ଏନେଇ ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଦିନ ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ବପ୍ନ ସହିତ ଜଡିତ ଓଡିଆ ଜାତିର ସ୍ବାଭିମାନର ଏକ ସ୍ମାରକ ଜନ୍ମ ନେଇଥିଲା । ଉତ୍କଳ ପରି ଦେବ ଭୂମି ବିରଳ। ନଦନଦୀ, ପ୍ରକୃତି ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ ଏକ ପ୍ରାଣମୟ ଭୂଖଣ୍ଡ ସମଗ୍ର ଭାରତ ବର୍ଷରେ ଏକ ଉନ୍ନତ ତଥା ନିଆରା ରାଜ୍ୟ ଭାବେ ପରିଚିତ ବୋଲି ଭଦ୍ରକ ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ।

ପ୍ରକାଶ ଥାଉକି ,1568 ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଶେଷର ତୀବ୍ର ଆନ୍ଦୋଳନ ପ୍ରତିବାଦ ହିଁ ଓଡିଶାକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢି ତୋଳିଥିଲା। 1936 ମସିହା ଏହି ଦିନ (ଏପ୍ରିଲ ମାସ 1 ତାରିଖ) ରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ଯାହାକୁ ମାନେ ପକାଇ ପ୍ରତି ବର୍ଷ ଏପ୍ରିଲ ମାସ 1 ତାରିଖ ରେ ଉତ୍କଳ ଦିବସ ଭାବରେ ପାଳନ କରାଯାଏ।

ଇଟିଭି ଭାରତ, କଳାହାଣ୍ଡି/ ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.