ETV Bharat / state

କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ, ଓୟୁଏଟି ଗଲା ମୃତ ଦନ୍ତାର ନମୁନା - Animal Lover

ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛନ୍ତି ଗଜରାଜ । କ୍ରମାଗତ ଭାବେ ହାତୀ ମୃତ୍ୟୁକୁ ନେଇ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ
କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ
author img

By

Published : Jun 13, 2021, 3:34 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କରଡ଼ାପଦର ବିଟର ରାଣୀବାହାଲି ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର । ବନ ବିଭାଗ ପକ୍ଷରୁ ଜାରି କରାଯାଇ ଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ସ୍ଥାନୀୟ ସୁରମୁଣ୍ଡି ଗାଁର ଦାନ ମାଝୀ ନାମକ ଜଣେ ଅଭିଯୁକ୍ତ ହାତୀକୁ ହତ୍ୟା କରିବା ପରେ ୨ ଟି ଦାନ୍ତ ଚୋରି କରି ଘରେ ଲୁଚାଇ ରଖିଥିଲା ।

କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ
କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ

ଯାହାକି ବନ ବିଭାଗ ତଦନ୍ତ ସମୟରେ ଉଦ୍ଧାର କରିଛି । ସେପଟେ ମୃତ ହାତୀର ବ୍ୟବଚ୍ଛେଦ ସହ ମୃତ୍ୟୁର କାରଣ ଜାଣିବା ପାଇଁ ମୃତ ହାତୀର ନମୁନା ଭୁବନେଶ୍ୱର ଓୟୁଏଟି ଲ୍ୟାବକୁ ପଠା ଯାଇଛି ।

କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ
କଳାହାଣ୍ଡିରେ ଅସୁରକ୍ଷିତ ଗଜରାଜ

ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ କଳାହାଣ୍ଡି ଜିଲ୍ଲାରେ କ୍ରମାଗତ ଭାବେ ହାତୀ ମୃତ୍ୟୁକୁ ନେଇ ପରିବେଶ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.