ETV Bharat / state

କଳାହାଣ୍ଡିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

author img

By

Published : Aug 22, 2021, 12:50 PM IST

ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ପ୍ରଥମେ ଜିଲ୍ଲାର ଆମପାଣିଠାରେ ପହଞ୍ଚି ବୁଢ଼ାରଜାଙ୍କ ମନ୍ଦିର ଦର୍ଶନ କରିବା ସହ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଅଧିକ ପଢନ୍ତୁ...

କଳାହାଣ୍ଡିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନି ବୈଷ୍ଣବ

ଭବାନୀପାଟଣା: କଳାହାଣ୍ଡିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ପ୍ରଥମେ ଜିଲ୍ଲାର ଆମପାଣିଠାରେ ପହଞ୍ଚି ବୁଢ଼ାରଜାଙ୍କ ମନ୍ଦିର ଦର୍ଶନ କରିବା ସହ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଏହା ପରେ ମନ୍ତ୍ରୀ ଜୁନାଗଡ଼ଠାରେ ପହଞ୍ଚି ମାଁ ଲାଙ୍କେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇ ସହର ପରିକ୍ରମା କରିଥିଲେ । ପରେ ଜୁନାଗଡ଼ ବୁଦ୍ଧିଜୀବୀମାନଙ୍କୁ ନେଇ ଆୟୋଜିତ ଏକ ଆଲୋଚନା ବୈଠକରେ ଯୋଗ ଦେଇ ଭବାନୀପାଟଣା ଆସିଥିଲେ ।

ଏନେଇ ସହର ପ୍ରବେଶ ପଥରେ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ଆଦିବାସୀ ଲୋକଗୀତ ଲୋକ ସଙ୍ଗୀତ ତାଳେ ତାଳେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ କର୍ମୀ। ଜନ ଆଶୀର୍ବାଦ ଯାତ୍ରାରେ ଭବାନୀପାଟଣା ସହର ବୁଲିବା ପରେ ସହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତେବେ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାର ରେଳ କ୍ଷେତ୍ରକୁ ନେଇ ଅନେକ ଦାବି ଉପସ୍ଥାପନ କରିଥିଲେ ଜିଲ୍ଲାବାସୀ।

ମୁଖ୍ୟତଃ ଜୁନାଗଡ଼ ଆମ୍ବାପଦର ରେଳ ଲାଇନ ସମ୍ପ୍ରସାରଣ, କେସିଙ୍ଗା-ଜୁନାଗଡ଼ ରେଳ ଲାଇନ ସମ୍ପ୍ରସାରଣ ସହ ନର୍ଲାଠାରେ ରେଳଡବା ମରାମତି କାରଖାନା କାର୍ଯ୍ୟ ତ୍ବରାନ୍ବିତ କରିବା ଭଳି ଅନେକ ଦାବି ଉପସ୍ଥାପନ କରିଥିଲେ ଜିଲ୍ଲାର ବୁଦ୍ଧିଜୀବୀ। ଆସନ୍ତା କାଲି ମନ୍ତ୍ରୀ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ଅନେକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.