ETV Bharat / state

ବିମାନସେବାର ବାଟ ଓଗାଳୁଛି ଜମି ଅଧିଗ୍ରହଣ, କଳାହାଣ୍ଡିରେ ଅଟକିଛି ଉଡ଼ାଣ

author img

By

Published : Dec 19, 2022, 4:00 PM IST

Updated : Dec 19, 2022, 4:15 PM IST

କଳାହାଣ୍ଡି ଜିଲ୍ଲାର ଉତକେଲା ଏୟାରଷ୍ଟ୍ରିପ କେନ୍ଦ୍ର ସରାକରାଙ୍କ ଉଡାଣ ଯୋଜନାରେ ସାମିଲ ହୋଇଛି । 4 ବର୍ଷ ପରେ ବି ଯୋଜନା କାର୍ଯ୍ୟ ଶେଷ ହୋଇନାହିଁ । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ନ ହେବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

udaan scheme work slow in kalahandi
ଜମି ଅଧିଗ୍ରହଣ ବିଳମ୍ବ ପାଇଁ ଅଟକିଛି ଉଡାନ ଯୋଜନା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଉତ୍କେଲା ଏୟାରଷ୍ଟ୍ରିପ୍ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା-୪ ରେ ସାମିଲ ହୋଇଛି । ଜମି ଅଧିଗ୍ରହଣ ନହେବା ଯୋଗୁଁ କାର୍ଯ୍ୟରେ ସମ୍ପୂର୍ଣ୍ଣ ବିଳମ୍ବ ଦେଖାଦେଇଛି । ଏୟାରଷ୍ଟ୍ରିପ ଗସ୍ତ କରି ବିଭାଗୀୟ ଅଧିକାରୀ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଜମି ଅଧିଗ୍ରହଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରାଯାଇଛି । ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଉତକେଲାଠାରେ ୧୯୬୨ ମସିହାରେ ଏୟାରଷ୍ଟ୍ରିପ୍ ସ୍ଥାପନ ହୋଇଥିଲା । ୨୦୧୬- ୧୭ ମସିହାରେ ଉଡାଣ ଯୋଜନାରେ ୩ କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିଥିଲା । ପାଖାପାଖି ୩୦ ଏକର ପରିମିତ ଜମିରେ କଳାହାଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଅନୁଦାନରେ ଏୟାରଷ୍ଟ୍ରିପର ସମ୍ପ୍ରସାରଣ, ନିର୍ମାଣ, ପାଚେରୀ, ଡ୍ରେନ୍, ଦୁଇ ପାର୍ଶ୍ଵରେ ରାସ୍ତା, ସିଗ୍‌ନାଲ୍ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସ୍ ନିର୍ମାଣ ଓ ସମ୍ପ୍ରସାରଣ କରାଯାଇଥିଲା । ଏଫ୍ରନ, ଟ୍ୟାକ୍ସିଓ୍ବେ, ପୋଲିସ୍ ଓ ଅଗ୍ନିଶମ ବିଭାଗ ପାଇଁ ବାରାକ, ଓଭରହେଡ ପାଣିଟାଙ୍କି ଓ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ଶେଷ ହୋଇଛି ।

୨୦୧୯ ମସିହା ଫେବ୍ରୁଆରୀ ୧୧ ତାରିଖ ସରକାରଙ୍କ ପକ୍ଷରୁ ୫୫ କୋଟି ଏବଂ ୧୬ ତାରିଖରେ ୧୬.୭୭ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଏଥିରେ 259 ଏକର ଜମି ଅଧିଗ୍ରହଣ ସହ ଉତକେଲା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଥିଲା । ବର୍ତ୍ତମାନ ୯୦୦ ମିଟର ଜମି ଥିବା ବେଳେ ସମ୍ପ୍ରସାରଣ ହେଲେ ପରିସର ୨ କିଲୋମିଟର ବୃଦ୍ଧି ପାଇବ । ପାଖାପାଖି 250 ଏକର ଜମି ଅଧିଗ୍ରହଣ ହୋଇଛି । ହେଲେ ବଳକା ପ୍ରାୟ 8 ଏକର ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହେଉଛି । ଏହି ବଳକା ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ସ୍ଥାନରେ ବିରୋଧ ହେଉଛି ।

ଜମି ଅଧିଗ୍ରହଣ ହେଉନଥିବାରୁ DGCA ଲାଇସେନ୍ସ ଆବେଦନ ହୋଇ ପାରୁନାହିଁ । ରନ୍ଓ୍ବେ ପଛପଟେ କିଛି ଗଛ ମଧ୍ୟ ପାଚେରୀକୁ ଲାଗି ରହିଛି । ଚଳିତ ମାସରେ DGCA ଲାଇସେନ୍ସ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବର୍ଷବର୍ଷ ଧରି ଜମି ଅଧିଗ୍ରହଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଏହି ଉଡାଣ ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି । ଓଡ଼ିଶାର SIES ସର୍ଭେ ପାଇଁ ନବକୃଷ୍ଣ ଚୌଧୁରୀ ଫାଉଣ୍ଡେସନ ସଂସ୍ଥାକୁ ଭିତ୍ତଭୂମିର ସର୍ଭେ ଦାୟିତ୍ବ ଦିଆଯାଇଥିଲା । ସେମାନେ ଚୂଡ଼ାନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି । ଏହାଦ୍ବାରା ଉତ୍କେଲାରୁ ଭୁବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ସୁବିଧା ହେବ । ଆନୁସଙ୍ଗିକ ବ୍ୟବସ୍ଥା କରାଯାଇପାରିବ । ତେବେ କେବଳ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସମସ୍ତ କାର୍ଯ୍ୟ ଅଟକି ରହିଥିବା ବେଳେ ଏହାକୁ ତୁରନ୍ତ ସମ୍ପର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି । ତେବେ କେବେ ଜମି ଅଧିଗ୍ରହଣ କାର୍ଯ୍ୟ ସରୁଛି ଆଉ ଉଡାଣ ଯୋଜନାରେ କାର୍ଯ୍ୟ ଶେଷ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Dec 19, 2022, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.