ETV Bharat / state

ଅନୈତିକ ସମ୍ପର୍କ ପାଇଁ କୋମଳମତି ଶିଶୁକୁ ହତ୍ୟା, ପୋଲିସ ଖୋଲିଲା ଗୁମର - kalahandi child murder

୨୦୨୦ରେ କଳାହାଣ୍ଡିରେ ଘଟିଥିବା ନବଜାତ ଶିଶୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଦୁଇ ଶିଶୁଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମୀଯୁଗଳକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ...

ଅନୈତିକ ସମ୍ପର୍କ  ପାଇଁ କୋମଳମତି ଶିଶୁକୁ ହତ୍ୟା, ପୋଲିସ ଖୋଲିଲା ଗୁମର

author img

By

Published : Aug 15, 2021, 9:52 PM IST

ଭବାନୀପାଟଣା: ୨୦୨୦ରେ କଳାହାଣ୍ଡିରେ ଘଟିଥିବା ନବଜାତ ଶିଶୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଗତବର୍ଷ ଲକଡାଉନ ପୂର୍ବରୁ ବୋରଗୁମାର ଗୁରୁବାରୀ ମାଝୀ ଓ ଗାୟତ୍ରୀ ନାଗ ସହ ଚାରିଜଣ ଗୋଆ ଦାଦନ ଖଟିବାକୁ ଯାଇଥିଲେ । ଗୋଆ ପହଞ୍ଚିବାର ୧୫ଦିନ ପରେ ଲକଡାଉନ ହୋଇଥିଲା । ପୂର୍ବରୁ କଳାହାଣ୍ଡି ଜିଲ୍ଲା ବେହେରେନସିଲ ଗାଁ ର ତ୍ରିପାଳ ନାଏକ ମଧ୍ୟ ସେଠାରେ କାମ କରୁଥିଲେ। ତେବେ ତ୍ରିପାଳ ନାଏକ ବିବାହିତ ହୋଇଥିବା ସତ୍ତ୍ବେ ଗୁରୁବାରୀ ଓ ଗାୟତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ତ୍ରିପାଳ ନିଜକୁ ଅବିବାହିତ ବୋଲି ମିଛ କହି ଉଭୟଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେବେ ବୋଲି ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ ।

ଅନୈତିକ ସମ୍ପର୍କ  ପାଇଁ କୋମଳମତି ଶିଶୁକୁ ହତ୍ୟା, ପୋଲିସ ଖୋଲିଲା ଗୁମର
ଅନୈତିକ ସମ୍ପର୍କ ପାଇଁ କୋମଳମତି ଶିଶୁକୁ ହତ୍ୟା, ପୋଲିସ ଖୋଲିଲା ଗୁମର

ପରବର୍ତ୍ତୀ ସମୟରେ ଉଭୟ ଗୁରୁବାରୀ ଏବଂ ଗାୟତ୍ରୀ ଗର୍ଭବତୀ ହୋଇଥିଲେ । ୨୦୨୧ ମସିହା ଜୁନ ଓ ଜୁଲାଇ ମାସରେ ଉଭୟ ଗୁରୁବାରୀ ଓ ଗାୟତ୍ରୀ ଗୋଆର ସାପରରେ ଦୁଇ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ଲୋକଲଜ୍ଜ୍ୟା ଡରରେ ଦୁଇ ନବଜାତ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ତ୍ରିପାଲ ନାୟକ ସହ ଗୁରୁବାରୀ ଏବଂ ଗାୟତ୍ରୀ । ଜନ୍ମ ହେବାର ଗୋଟିଏ ଦିନ ପରେ ଶିଶୁକୁ ହତ୍ୟା କରିଥିଲା ତ୍ରିପାଲ ।

ଗତ ଜୁଲାଇ ୨୬ ତାରିଖରେ ତ୍ରିପାଳ ବୋରଗୁମା ଗାଁକୁ ଆସି ଗାୟତ୍ରୀ ନାଗଙ୍କୁ ଅପହରଣ କରି ନେଇଥିଲେ । ଏହାକୁ ନେଇ ଗାୟତ୍ରୀଙ୍କ ପରିବାର ପକ୍ଷରୁଗୋଲାମୁଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ଆରମ୍ଭ କରିଥିଲା ସରଜମିନ ତଦନ୍ତ।ଏହି ମାମଲାର ତଦନ୍ତ ବେଳେ ପୋଲିସ ଗାୟତ୍ରୀକୁ ଉଦ୍ଧାର କରିବା ସହ ଗୋଆରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ସେପଟେ କଳାହାଣ୍ଡି ପୋଲିସ ଅଭିଯୁକ୍ତ ତ୍ରିପାଳ ନାଏକ ଓ ଗାୟତ୍ରୀ ନାଗଙ୍କୁ ଗତ ୩୦ ତାରିଖ ରେ ଗିରଫ କରିଥିବା ବେଳେ ଗୋଆ ଯାଇ କ୍ରାଇମସିନର ଟି ଆଇ ପରେଡ କରିଥିଲା। ଗତ ଜୁଲାଇ ୫ ତାରିଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଆର ସାପର ଜଙ୍ଗଲରୁ ଦୁଇ ଶିଶୁଙ୍କ କଙ୍କାଳକୁ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ିକୁ ମଧ୍ୟ ଜବତ କରିଛି। ଏହି ମାମଲାରେ ଗତ ଜୁଲାଇ ୧୩ ତାରିଖରେ ପୋଲିସ ଶିଶୁ ହତ୍ୟାକାଣ୍ଡରେ ସଂପୃକ୍ତ ତୃତୀୟ ଅଭିଯୁକ୍ତ ଗୁରୁବାରୀ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । କଳାହାଣ୍ଡି ଏସପି ଶ୍ରବଣ ବିବେକ ଆଜି ଏହାକୁ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.