ETV Bharat / state

କୋକସରା ପୋଲିସକୁ ସଫଳତା, ଡକାୟତ ଦଳ ଗିରଫ - 40 ଭରି ସୁନା ଲୁଟି ନେଇଥିଲେ

କଳାହାଣ୍ତି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ଗତ ଡିସେମ୍ବର ମାସ 25 ତାରିଖ ବିଳମ୍ବିତ ରାତିରେ ହୋଇଥିବା ଡକାୟତି ଘଟଣାରେ ଦୁଇ ଡକାୟତଙ୍କୁ କାବୁ କରିଛି କୋକସରା ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ଡକାୟତି ଦଳ
ପୋଲିସ ପଞ୍ଝାରେ ଡକାୟତି ଦଳ
author img

By

Published : Mar 2, 2021, 7:00 AM IST

ଭବାନୀପାଟଣା: ଜିଲ୍ଲାରେ ବଢି ଚାଲିଛି ଡକାୟତିଙ୍କ ଲୁଟପାଟ । ଲୋକଙ୍କ ନିଦ ଉଡାଇଛନ୍ତି ଲୁଟେରା । କଳାହାଣ୍ତି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ଗତ ଡିସେମ୍ବର ମାସ 25 ତାରିଖ ବିଳମ୍ବିତ ରାତିରେ ଜଣ ଶିକ୍ଷକଙ୍କଠାରୁ ଲୁଟ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଦୁଇ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ।

କୋକସରା ପୋଲିସକୁ ସଫଳତା

ସୂଚନାଅନୁସାରେ,ମୋଟର ଫାଣ୍ଡି ଅଧୀନରେ ଥିବା ଶାନ୍ତିନଗର ପଡାର ଜଣେ ଶିକ୍ଷକ ଯଯାତି ପାଟଯୋଶୀଙ୍କ ଘରୁ ବନ୍ଧୁକ ମୁନରେ ଆକ୍ରମଣ କରି 40ଭରି ସୁନା ଗହଣା ସହିତ ଗୋଟିଏ ବୁଲେଟ ବାଇକ,ଟିଭି ଓ ଦୁଇଟି ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ ଲୁଟେରା । ଏ ନେଇ ଯଯାତି ପାଟଯୋଶୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଘଟଣାରେ ପୂର୍ବରୁ କୋକସରା ପୋଲିସ ସୁକିନ୍ଦା ଥାନା ଅଞ୍ଚଳରୁ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୋମବାର ଡକାୟତିରେ ସଂମ୍ପୃକ୍ତ ଥିବା ଦୁଇଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.