ETV Bharat / state

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ପଞ୍ଚାୟତ ସଟଡାଉନ - କଲମପୁର ବ୍ଲକ ସଟଡାଉନ

ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ପଞ୍ଚାୟତର ପାଣି ଗାଁ ଓ ଦେପୁର ପଞ୍ଚାୟତର ବାଲିଛଡ଼ା ଗାଁକୁ ମଧ୍ୟ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

Two panchayat shutdown after the two positive corona cases identified
କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ପଞ୍ଚାୟତ ସଟଡାଉନ
author img

By

Published : Jul 24, 2020, 4:30 PM IST

Updated : Jul 24, 2020, 4:39 PM IST

କଳାହାଣ୍ଡି: ରାଜ୍ୟରେ କାୟାବିସ୍ତାର କରିଚାଲିଛି କୋରୋନା । ପ୍ରତିଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ହେଉଛି । ଉପାନ୍ତ ଠୁ ନେଇ ଉପକୂଳ ଉତ୍ତର ଓଡିଶାଠୁ ନେଇ ଦକ୍ଷିଣ ଓଡିଶା, ଏପରିକି ରାଜଧାନୀ ଭୁବନେଶ୍ବରରେ ସ୍ଥିତି ମଧ୍ୟ ସଙ୍ଗୀନ ।

ଏପଟେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ପଞ୍ଚାୟତର ପାଣି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ସେହିପରି ଦେପୁର ପଞ୍ଚାୟତର ବାଲିଛଡ଼ା ଗାଁ କୁ ମଧ୍ୟ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ପଞ୍ଚାୟତ ସଟଡାଉନ

କଲମପୁର ବ୍ଲକ ଅଞ୍ଚଳର ୩ ଜଣ ପ୍ରବାସୀ ଶ୍ରମିକ କେନ୍ଦ୍ରରେ ରହିବା ପରେ ଗୃହ ସଂଗରୋଧରେ ରହିଥିଲେ । ପରେ ତାଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା । ଗୁରୁବାର ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରାଯାଉଛି । ଏଥିସହିତ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗାଁ କୁ ସଟଡାଉନ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jul 24, 2020, 4:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.