ETV Bharat / state

କଳାହାଣ୍ଡିରେ ପୁଣି ଦୁଇ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 20, 2020, 5:05 AM IST

୨ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ଅଟାଙ୍ଗଗୁଡା ସିଆରପିଏଫ ୬୪ ବ୍ୟାଟାଳିଆନର ଜଣେ ଜବାନ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଜଣେ ଭବାନୀପାଟଣା ସହରର ବାହାଦୂରବଗିଚା ପଡ଼ାର ମହିଳା କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।

two-new-corona-cases-were-reported-in-kalahandi
କଳାହାଣ୍ଡିରେ ପୁଣି ଦୁଇ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି: ଜିଲ୍ଲାରେ ପୁଣି ୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ଗୋଟେ ପଟେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଏକ ପ୍ରକାର ଆତଙ୍କିତ। ୨ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ଅଟାଙ୍ଗଗୁଡା ସିଆରପିଏଫ ୬୪ ବ୍ୟାଟାଳିଆନର ଜଣେ ଜବାନ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଜଣେ ଭବାନୀପାଟଣା ସହରର ବାହାଦୂରବଗିଚା ପଡ଼ାର ମହିଳା କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ସିଆରପିଏଫ ୬୪ ବ୍ୟାଟାଲିୟାନର ଜବାନ ବିହାର ରାଜ୍ୟରୁ ଫେରିଥିବା ବେଳେ ମୂସିଗୁଡା ଟିଏମସିରେ ରହୁଥିଲେ ସେହିପରି ବାହାଦୂର ବଗିଚା ପଡ଼ାର ୨୩ ବର୍ଷୀୟା ମହିଳା ହାଇଦ୍ରାବାଦରୁ ଆସି ଭବାନୀପାଟଣା ମହିଳା କଲେଜର ହଷ୍ଟେଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ। ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି । ଉଭୟ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.