ETV Bharat / state

ସରୁନି ଦାଦନ ଦୁଃଖ, ଗାଁକୁ ଫେରିଲା 2 ଦାଦନ ଶ୍ରମିକଙ୍କ ମୃତଦେହ - କଳାହାଣ୍ଡି ଦାଦନ ଶ୍ରମିକ

ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ବେଳେ ଘରକୁ ଫେରିଲା ମୃତଦେହ । ଅଧିକ ପଢନ୍ତୁ

migrant dead body
migrant dead body
author img

By

Published : Jun 27, 2023, 8:52 AM IST

Updated : Jun 27, 2023, 11:25 AM IST

migrant dead body

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକର କରୁଣ କାହାଣୀ । ପେଟପାଟଣା ଚିନ୍ତାରେ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ବେଳେ ଘରକୁ ଫେରିଲା ମୃତଦେହ । ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ତେବେ ଦୁଇ ମୃତକ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଚଞ୍ଚରା ଗାଁର ରମେଶ ଗୌଡ଼ ଓ କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ଗାଁର ଲୁକାନ୍ତ ମାଝୀ ବୋଲି ଜଣାପଡିଛି ।

ସୂଚନା ମୁତାବକ, ବ୍ରାହ୍ମଣୀଚଞ୍ଚରା ଗାଁର ରମେଶ ଗୌଡ଼ ବର୍ଷକ ତଳେ ପରିବାର ପ୍ରତିପୋଷଣ ଆଶାରେ ସୁଦୂର ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ କୋଠା ନିର୍ମାଣ ସଂସ୍ଥାରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ରମେଶଙ୍କ ସାଥି ଶ୍ରମିକ ପରିବାରକୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ମୃତଦେହ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ନିକଟରେ ନେହୁରା ହୋଇଥିଲେ । ପରେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଗତକାଲି(ସୋମବାର) ଗାଁକୁ ମୃତଦେହ ଫେରିଛି ।

ସେହିଭଳି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ଗାଁର ୨୪ ବର୍ଷୀୟ ଲୁକାନ୍ତ ମାଝୀ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ । ପରିବାର ପ୍ରତିପୋଷଣ କରିବା ଆଶାରେ ଆଖିରେ ଆଖିଏ ସ୍ୱପ୍ନ ନେଇ ହାଇଦ୍ରାବାଦର ରଙ୍ଗାରେଡ୍ଚୀ ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ । ସେ ସେଠାରେ ଏକ ଠିକା ସଂସ୍ଥାର କାମ କରୁଥିବା ବେଳେ ଗତ ଦୁଇ ଦିନ ତଳେ ୫ ମହଲା କୋଠା ଉପରୁ ଖସି ପଡ଼ି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସାଥି ଶ୍ରମିକ ସମ୍ପୃକ୍ତ ଠିକା ସଂସ୍ଥା ମାଲିକ ଓ ଓ ମୃତ ଯୁବକଙ୍କ ପରିବାରକୁ ଜଣାଇଥିଲେ । ଠିକା ସଂସ୍ଥା ମାଲିକଙ୍କ ପକ୍ଷରୁ ଯୁବକଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଇ ଦିଆଯାଇଥିଲା । ଭେଣ୍ଡିଆ ପୁଅର ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ ।

ଏହା ମଧ୍ୟ ପଢନ୍ତୁ-ସରୁନି ଦାଦନ ଦୁଃଖ, ଅନ୍ୟ ରାଜ୍ୟରୁ ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ପ୍ରକାଶ ଥାଉକି, ସେହିପରି ଗତ କିଛିଦିନ ତଳେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଚଞ୍ଚରା ଗାଁର ଅନ୍ଧାରୁ ନାଏକ ଦାଦନ ଖଟିବା ପାଇଁ ଯାଇ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ । ହେଲେ କୋଠା ନିର୍ମାଣ କାମ କାରୁଥିବା ସମୟରେ ସେଠାରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଅନ୍ଧାରୁ ଆସିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସାଥି ଶ୍ରମିକମାନେ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସାଥି ଶ୍ରମିକମାନେ ମୃତ ଦାଦନ ଶ୍ରମିକଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ସମ୍ପୃକ୍ତ ଠିକ ସଂସ୍ଥା ମାଲିକଙ୍କୁ ଅବଗତ କରାଇଥିଲେ । ଠିକା ସଂସ୍ଥା ପକ୍ଷରୁ ଦାଦନ ଶ୍ରମିକଙ୍କ ମୃତଦେହକୁ ଗାଁକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jun 27, 2023, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.