ETV Bharat / state

ଥମୁନି ଦାଦନ ଦୁଃଖ, ଗାଁକୁ ଫେରିଲା ୨ ଶ୍ରମିକଙ୍କ ମୃତଦେହ - ଗାଁକୁ ଫେରିଲା ୨ ଦାଦନ ଶ୍ରମିକଙ୍କ ମୃତଦେହ

କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ । ଗାଁକୁ ଫେରିଛି ଦୁଇଜଣ ଦାଦନ ଶ୍ରମିକଙ୍କର ମୃତଦେହ । ଯାହାକୁ ନେଇ ଗାଁରେ ଶୋକର ଛାୟା । ଅଧିକ ପଢ଼ନ୍ତୁ

ଥମୁନି ଦାଦନ ଦୁଃଖ, ଗାଁକୁ ଫେରିଲା ୨ ଦାଦନ ଶ୍ରମିକଙ୍କ ମୃତଦେହ

author img

By

Published : Dec 8, 2022, 12:28 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖା ଦେଇଛି । ଗାଁକୁ ଦୁଇ ଜଣ ଦାଦନ ଶ୍ରମିକଙ୍କର ମୃତଦେହ ଫେରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ନେଗିଗୁଡା ଗାଁରେ । ଏହି ଗାଁର ସତ୍ୟ ସୁନା ଗତ ମାସେ ତଳେ ପରିବାର ପ୍ରତିପୋଷଣ ପାଇଁ ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି ସିକନ୍ଦରାବାଦକୁ ଯାଇଥିଲେ । ସେଠାରେ ସତ୍ୟ ଏକ ଇଟା ଭାଟିରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ ।

ଗତ ଦୁଇ ଦିନ ତଳେ ଇଟା ଭାଟିରେ କାମ କରୁଥିବା ସମୟରେ ଇଟାଭାଟି ନିଆଁରେ କୌଣସି କାରଣ ପଡି ଯାଇଥିଲେ ସତ୍ୟ । ନିଆଁର ପ୍ରଖର ଏମିତି ଥିଲା ଯେ ତାଙ୍କୁ ଉଦ୍ଧାର କରିବା ମଧ୍ୟ ସାଥି ଶ୍ରମିକ ମାନଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା । ହେଲେ କୌଣସି ମତେ ସାଥି ଶ୍ରମିକ ତାଙ୍କୁ ଉଦ୍ଧାର କରି ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଇଟାଭାଟି ମାଲିକ ମୃତ ଦାଦନ ଶ୍ରମିକ ସତ୍ୟ ସୁନାଙ୍କ ପରିବାରକୁ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ସହ ଯୋଗାଯୋଗ କରି ମୃତଦେହ ଗାଁକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ହେଲେ ଏ ସମ୍ପର୍କରେ ଇଟାଭାଟି ମାଲିକ କୌଣସି ସହାୟତା ନକରିବାରୁ ଶେଷରେ ଗ୍ରାମବାସୀଙ୍କ ସହାୟତାରେ ଗାଁକୁ ସତ୍ୟଙ୍କ ମୃତଦେହ ଫେରିଛି ।

ସେହିପରି କୋକସରା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗାଁର ତେଜନ ନାଏକ ଗତ ୭ ମାସ ତଳେ ନିଜର ଦୁଇଟି ଛୁଆଙ୍କୁ ଛାଡି ସିକନ୍ଦରାବାଦକୁ ଦାଦନ ଶ୍ରମିକ ଭାବରେ ଯାଇଥିଲେ । ସେଠାରେ ସେ ଓମସାଇ ଗେଲେକ୍ସି ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । କାମ କରି ପ୍ରତ୍ୟେକ ମାସରେ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ମଧ୍ୟ ପଠାଉଥିଲେ ।

ଗତ ୩ ଦିନ ତଳେ କାର୍ଯ୍ୟସ୍ଥଳ କାମ କରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଠିକା ସଂସ୍ଥା ପକ୍ଷରୁ ମୃତଦେହ ଗାଁକୁ ପଠାଇ ଦିଆଯାଇଛି । ଆଜି ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ପାଲଟିଲା ଗାଁ ଦାଣ୍ଡ । କାନ୍ଦବୋବାଳି ରେ ଫାଟି ପଡୁଛି ଗାଁ ।

ପରିବାର ରୋଜଗାର ମଣିଷକୁ ହରାଇ ଏବେ ଅସହାୟ ପୁରା ପରିବାର । ଜଣେ ବାପାକୁ ହରାଇ କାନ୍ଦୁଛି ତ ଆଉ ଜଣେ ନିଜ ସ୍ବାମୀକୁ ହରାଇ ଛି ତ ମାଆ ପୁଣି ନିଜ ପୁଅକୁ ହରାଇ ଆତ୍ମହରା ହୋଇପଡ଼ିଛି । ସୂଚନାନୁସାରେ ଏବେ ଉଗ୍ର ରୂପ ଧାରଣ କରୁଛି ଦାଦନ ପ୍ରଥା । ଛୁଆ ଠୁ ବୁଢ଼ା ସଭିଏଁ ଏବେ ଦାଦନ ମୁହାଁ ହେବାରେ ଲାଗିଛନ୍ତି । କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ସଭିଏଁ ।

ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ହୋଇପାରୁ ନାହିଁ । ଫଳରେ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହେଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହେଇ ଫେରୁଛି । ହେଲେ ଏହି କାନ୍ଦଣା କେବେ ସରକାରଙ୍କୁ ଶୁଭିବ ତାହା ଏକ ବଡ଼ ପ୍ରଶ୍ନବାଚୀ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.