ETV Bharat / state

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ, ଦୁଇ ଯନ୍ତ୍ରୀ ନିଲମ୍ବିତ - ଦୁଇ ଯନ୍ତ୍ରୀ ନିଲମ୍ବିତ

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା କେନ୍ଦୁଗୁଡା-ପାଇକପଡା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ ପାଇଁ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୁଖ୍ୟଯନ୍ତ୍ରୀଙ୍କ ଦ୍ଵାରା ଘଟଣାର ତଦନ୍ତ ପରେ ଏହି ରାସ୍ତା ଦାୟିତ୍ବରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ, ଦୁଇ ଯନ୍ତ୍ରୀ ନିଲମ୍ବିତ

author img

By

Published : Jun 27, 2020, 5:55 PM IST

Updated : Jun 27, 2020, 6:02 PM IST

କଳାହାଣ୍ଡି: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା କେନ୍ଦୁଗୁଡା-ପାଇକପଡା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ ପାଇଁ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୁଖ୍ୟଯନ୍ତ୍ରୀଙ୍କ ଦ୍ଵାରା ଘଟଣାର ତଦନ୍ତ ପରେ ଏହି ରାସ୍ତା ଦାୟିତ୍ବରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁମିତ ମିଞ୍ଜ ଓ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ, ଦୁଇ ଯନ୍ତ୍ରୀ ନିଲମ୍ବିତ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ, ଦୁଇ ଯନ୍ତ୍ରୀ ନିଲମ୍ବିତ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ନିମ୍ନମାନର କାମ, ଦୁଇ ଯନ୍ତ୍ରୀ ନିଲମ୍ବିତ

ସୂଚନାଯୋଗ୍ୟ, କେନ୍ଦୁଗୁଡା-ପାଇକପଡା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ଠିକା ସଂସ୍ଥା ପକ୍ଷରୁ ପିଚୁ କାମ କରାଯାଇଥିଲା । ହେଲେ ଏହି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ମେ ମାସ ୯ ତାରିଖ ଦିନ ରାସ୍ତା କାମ ବନ୍ଦ କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଘଟଣାର ତଦନ୍ତ ପାଇଁ ଖୋଦ ମୁଖ୍ୟଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଦୀର୍ଘ ୧୫ କିମି ୭୦୦ ମିଟର ଦୂରତା ବିଶିଷ୍ଟ ଏହି ରାସ୍ତା ସାନକେନ୍ଦୁଗୁଡ଼ାରୁ ଭାୟା ଜୟନ୍ତପୁର ଦେଇ ପାଇକପଡାକୁ ସଂଯୋଗ କରୁଛି । ଏହି ରାସ୍ତା ପାଇଁ ଅଟକଳ ବ୍ୟୟ ୪କୋଟି ୯୦ ଲକ୍ଷ ୬୫ ହଜାର ଟଙ୍କା ରହିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jun 27, 2020, 6:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.