ETV Bharat / state

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ଦୁଇ ଗିରଫ - kalahandi news

ମଦନପୁର ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମଦନପୁର ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଅଧିକ ପଢ଼ନ୍ତୁ...

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ଦୁଇ ଗିରଫ

author img

By

Published : Sep 12, 2021, 4:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏମ୍. ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ୍ । ଏହି ଟିମ୍ ଏମ୍. ରାମପୁର ନିକଟରେ ପିକ୍ଅପ ଭ୍ୟାନକୁ କାବୁ କରିବାକୁ ସକ୍ଷମ ହୋଇଥିଲା ।

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ଦୁଇ ଗିରଫ

ପିକ୍‌ଅପ ଭ୍ୟାନରୁ ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଭ୍ୟାନର ଗୁପ୍ତ ଚ୍ୟାମ୍ବରରୁ ୭୦ ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କଳାହାଣ୍ଡି ଏସପି ଶ୍ରବଣ ବିବେକ ସୂଚନା ଦେଉଛନ୍ତି ।

ବାରାମ୍ବାର କଳାହାଣ୍ଡି ଜିଲ୍ଲାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସିମତେ ପୋଲିସ ସେମାନଙ୍କୁ ଗିରଫ କରିଥିବା ନଜିର ରହିଛି । ଏହାସତ୍ତ୍ବେ ଜିଲ୍ଲାରେ ଗଞ୍ଜେଇ ଚାଲାଣକାରୀଙ୍କ ମନରେ ଭୟ ନଥିବା ଦେଖାଯାଇଛି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାୁନୁଷ୍ଠାନ ନିଆଯିବ ବୋଲି ପୋଲିସ ଏସପି କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.