କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ। ବିଜେପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଏଭଳି ଏକ ଘଟଣା ଘଟିଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖାଇବାକୁ ଡାକି ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସେହି ଗ୍ରାମର ଭୁବନେ ପରାଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ କଟି ପରାଭୋଇ ନିଜ ଘରକୁ ଖାଇବାକୁ ଡାକିଥିଲା। ଭୁବନେ ଖାଉଥିବା ସମୟରେ କଟି ଓ ତାଙ୍କ ଘରକୁ ଆସିଥିବା ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଏନେଇ ମୃତକଙ୍କ ପରିବାର ବିଜେପୁର ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ