ଭବାନୀପାଟଣା: ଜିଲ୍ଲା ଜୟପାଟଣା ସହରର ଜୟପାଟଣା-ମୁଖୀଗୁଡା ରାଜରାସ୍ତାକୁ ଅବରୋଧ କରିଛନ୍ତି ଡେଲିମାର୍କେଟ ବ୍ୟବସାୟୀ । ଜୟପାଟଣା ସହରରେ ସିଲିଂ ଯାଇଥିବା ଜମିରେ ଦୀର୍ଘ ୨୦ ରୁ ୨୫ବର୍ଷ ଧରି ଅନେକ ବ୍ୟବସାୟୀ ପରିବା ବିକ୍ରି କରିଆସୁଥିଲେ । କିନ୍ତୁ ଏହି ଜମିକୁ ବର୍ତ୍ତମାନ ପୁନର୍ବାର ଅକ୍ତିଆର କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଏହାକୁ ବିରୋଧ କରି ଜୟପାଟଣା ସରପଞ୍ଚଙ୍କ ନେତୃତ୍ୱରେ ସମସ୍ତ ପରିବା ବ୍ୟବସାୟୀ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି।। ଫଳରେ ଯାତାୟାତ ବାଧା ପ୍ରାପ୍ତ ହେବା ସହ ହୋଇଥିବା ଦେଖିବାକୁ ମିଳିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ