ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

କଳାହାଣ୍ଡି ଜିଲ୍ଲା ନୂଆଗୁଡା ଗାଁରୁ ଗୁନଗୁନିଆ ଯାଉଥିବା ବେଳେ ଓଲଟିଲା ଟ୍ରାକ୍ଟର ଡ୍ରାଇଭର ମୃତ। ଅଧିକ ପଢନ୍ତୁ...

author img

By

Published : Mar 3, 2021, 7:45 AM IST

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୁନଗୁନିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣେ ମୃତ। ସୂଚନା ଅନୁଯାୟୀ, ନୂଆଗୁଡା ଗାଁରୁ ଗୁନଗୁନିଆ ପଟେ ଯାଉଥିବା ଏକ ନମ୍ବର ବିହୀନ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଡ୍ରାଇଭର ଜଣକ ହେଲେ ଭେଜିଗୁଡା ଗାଁର ଧନବଲ ଭୋଇ।

ଖବରପାଇ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସେପଟେ ମୃତ ଡ୍ରାଇଭରଙ୍କ ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.