ETV Bharat / state

ଶୁଣିଲାନି ପ୍ରଶାସନ, ରାସ୍ତା ତିଆରି କଲେ ଗ୍ରାମବାସୀ - ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର

ସମସ୍ୟା ଘେରରେ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ l ପ୍ରଶାସନ ନଶୁଣିବାରୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 23, 2019, 3:22 PM IST

କଳାହାଣ୍ଡି: ସମସ୍ୟା ଘେରରେ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ l ଏ ଯାଏଁ ହୋଇପାରିନାହିଁ ପକ୍କା ସଡକ କି ରାସ୍ତା । ଶେଷରେ ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି ଗାଁ ଲୋକେ l ଗ୍ରାମାଞ୍ଚଳରେ ଗମନାଗମନର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ସେସବୁ ବାଟବଣା ।

କଣ୍ଡରେଇ ଗାଁରେ ୪ଟି ୱାର୍ଡରେ ପ୍ରାୟ ହଜାରେ ଲୋକେ ବସବାସ କରୁଛନ୍ତି ।ତେବେ ରାସ୍ତା ଟି କଣ୍ଡରେଇ ଗୌନ୍ତିଆ ପଡା ପ୍ରଧାନ ମନ୍ତ୍ରୀ ସଡକରୁ ରେଗଡା (ରଜାପଡା) ବଜାର ଓ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଛି। ହେଲେ ଗତ ବନ୍ୟା ଯୋଗୁଁ ରାସ୍ତାଟିର କେତେକାଂଶ ଜାଗାରେ ବଡବଡ ଘାଇ ସୃଷ୍ଟି ହେବା ସହ ଏହାର ଅବସ୍ଥା ଶୋଚନୀୟ ହୋଇ ପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ଆଦର୍ଶ ବିଦ୍ୟାଳୟ ଓ ବଜାରକୁ ଯିବାକୁ ହେଲେ ୪ କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା ଓ ନାଳ ଦେଇ ଯିବାକୁ ପଡିଥାଏ । ଯାହା ଫଳରେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ଜଣାପଡିଛି l ଏନେଇ ପ୍ରଶାସନକୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଶେଷରେ ନିଜେ ଗ୍ରାମବାସୀ ରାସ୍ତା ନିର୍ମାଣ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସାଶନ ଶୁଣିଳା ନି , ରାସ୍ତା ତିଆରି କଲେ ଗ୍ରାମ ବାସୀ।
ସମସ୍ଯା ଘେରରେ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ର କଣ୍ଡରେଇ ଗାଁ l ଏ ଜାଏ ହୋଇ ପାରି ନାହିଁ ପକ୍କା ସଡକ କି ରାସ୍ତା l ନିଜସ୍ବ ଉଦ୍ଯମରେ ରାସ୍ତା ମରାମତୀ କଲେ ଗାଁ ଲୋକେ l ଗ୍ରାମାଞ୍ଚଳ ରେ ଗମନା ଗମନ ର ବିକାଶ ପାଇଁ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l Body:ହେଲେ ବାସ୍ତବତା ନିଜେ ନ ଦେଖିଲେ ବିଶ୍ବାସ କରିହେବନି। ଏ ଦୃଶ୍ଯ ହେଉଛି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ଗ୍ରାମ ପଞ୍ଚାୟତ ର କଣ୍ଡରେଇ ଗାଁ ର l ଏହି ଗାଁରେ ୪ଟି ୱାର୍ଡ ରେ ପ୍ରାୟ ହଜାରେ ଲୋକେ ବସବାସ କରୁଥିବା ବେଳେ ଏହି ରାସ୍ତା ଟି କଣ୍ଡରେଇ ଗୌନ୍ତିଆ ପଡା ପ୍ରଧାନ ମନ୍ତ୍ରୀ ସଡକରୁ ରେଗଡା (ରଜାପଡା) ବଜାର ଓ ଆଦର୍ଶ ବିଦ୍ଯାଳୟ ସଂଯୋଗ କରୁଥିବା ବେଳେ ଗତ ବନ୍ଯା ଯୋଗୁଁ ରାସ୍ତାଟି ର କେତେକାଂଶ ଯାଗାରେ ବଡବଡ ଘାଇ ସ୍ରୁଷ୍ଟି ହେବା ସହ ରାସ୍ତା ଟି ଶୌଚନିୟ ଅବସ୍ଥା ହୋଇ ପଡିଛି l ଆଦର୍ଶ ବିଦ୍ଯାଳୟ ଓ ବଜାର କୁ ଜିବାକୁ ହେଳେ ୪ କିଲୋମିଟର ରୁ ଉର୍ଦ୍ଧ ରାସ୍ତା ଓ ନାଳ ଦେଇ ଜିବାକୁ ପଡିଥାଏ lConclusion: ଜାହା ଫଳରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ଜଣାପଡିଛି l ଏନେଇ ପ୍ରଶାସନ କୁ ଜେତେ ଅଭିଯୋଗ କଲେ ବି କୌଣସି ସୂଫଳ ମିଳୁ ନଥିବା ଅଭିଯୋଗ ହୋଇଛି l
ବାଇଟ_ସେଶଦେବ ସାହୁ (ଗ୍ରାମବାସୀ)
ବାଇଟ_ଭମର ସାହୁ (ଗ୍ରାମବାସୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.