କଳାହାଣ୍ଡି: ରାସ୍ତାରେ ବୁଲୁଛି ବାଘ । କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ରାତିରେ ଦେଖିବାକୁ ମିଳିଛି ଏକ ବାଘ। ବିଳମ୍ବିତ ରାତିରେ ସିଉନି ଗ୍ରାମର ଜଣେ ବାଇକ ଯାତ୍ରୀ ଗାଁ କୁ ଫେରୁଥିବା ସମୟରେ ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏହି ବାଘକୁ ଅତି ନିକଟରୁ ଦେଖିଥିବା କହିଛନ୍ତି। ପୂର୍ବରୁ ଏହି ଜଙ୍ଗଲରେ ଭାଲୁ ଦେଖିବାକୁ ମିଳିଥିବା ବେଳେ ଏବେ ବାଘ ଦେଖିବାକୁ ମିଳିଛି। ତେବେ ଏନେଇ ବନ ବିଭାଗ କର୍ମଚାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସ୍ଥାନୀୟ ଲୋକେ ଏହା କଲରା ପତରିଆ ବାଘ ବୋଲି କହୁଛନ୍ତି।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ