ETV Bharat / state

କଳାହାଣ୍ଡିରେ କାଳବୈଶାଖୀର ତାଣ୍ଡବ, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ - କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଥିବା କାଳବୈଶାଖୀର ତାଣ୍ଡବ । ପ୍ରାୟ 45 ମିନିଟ ଧରି ମୂଷଳ ଧାରାରେ ହୋଇଥିବା ବର୍ଷା ଯୋଗୁଁ ଅନେକ ବଡ ବଡ ଗଛ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି ।

thunder storm in kalahandi, kalahandi latest news, , thunder storm, rain and hailstones in kalahandi, କଳାହାଣ୍ଡିରେ କାଳବୈଶାଖୀ, କାଳବୈଶାଖୀ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡିରେ ବର୍ଷା ଓ କୁଆପଥର ମାଡ
କଳାହାଣ୍ଡିରେ କାଳବୈଶାଖୀର ତାଣ୍ଡବ, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ
author img

By

Published : Apr 26, 2020, 11:20 PM IST

Updated : Apr 27, 2020, 11:42 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଥିବା କାଳବୈଶାଖୀର ତାଣ୍ଡବ । ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିବା ସହ ପ୍ରବଳ ବେଗରେ ପବନ ବୋହିଥିଲା । ଏଥିସହ ଘଡଘଡି ଓ କୁଆପଥର ମାଡ ମଧ୍ୟ ହୋଇଥିଲା। ପ୍ରାୟ 45 ମିନିଟ ଧରି ମୂଷଳ ଧାରାରେ ହୋଇଥିବା ବର୍ଷା ଯୋଗୁଁ ଅନେକ ବଡ ବଡ ଗଛ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରେ କାଳବୈଶାଖୀର ତାଣ୍ଡବ, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

କେବଳ ବର୍ଷା ନୁହେଁ କୁଆପଥର ମାଡ ପାଇଁ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି । କୋକସରାର ବିଭିନ୍ନ ପଞ୍ଚାୟତରେ ଅନେକ ଲୋକଙ୍କ ଘର ଛାତ ଉଡିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ରାସ୍ତା କଡରେ ଥିବା ଗଛ ଭାଙ୍ଗି ପଡିବା ଫଳରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ଯାଇଥିବା ଦେଖାଯାଇଛି । ତେଣୁ ଏହି କାଳବୈଶାଖୀ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି କହିଲେ କିଛି ଭୁଲ ହେବ ନାହିଁ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Apr 27, 2020, 11:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.