ETV Bharat / state

ଲାଞ୍ଜିଗଡ଼ ଗଳାକାଟି ହତ୍ୟାକାଣ୍ଡ ଘଟଣା; ୩ ଅଭିଯୁକ୍ତ ଗିରଫ

author img

By

Published : May 25, 2021, 9:03 AM IST

ଗତ ୧୮ ତାରିଖରେ ଲାଞ୍ଜିଗଡ ଥାନା ଅନ୍ତର୍ଗତ ସିମେଳଭଟା ଗାଁରେ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା, ଯାହାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୋଲିସ । ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ଲାଞ୍ଜିଗଡ଼ ଗଳାକାଟି ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଭବାନୀପାଟଣା: ଗୁଣି ଗାରେଡି ଓ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଦୁର୍ଗମ ଅଞ୍ଚଳମାନଙ୍କରେ ଲୋକେ ଅନେକ ଅପରାଧ ଭିଆଉଥିବା ଦେଖାଯାଉଛି । ତେବେ ଗତ ୧୮ ତାରିଖରେ ଲାଞ୍ଜିଗଡ ଥାନା ଅନ୍ତର୍ଗତ ସିମେଳଭଟା ଗାଁରେ ଏମିତି ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା, ଯାହାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୋଲିସ ।

ସିମିଳିଭଟା ଗାଁର ନିଳମଣି ଦଣ୍ଡସେନା ନାମକ ଜଣେ ଯୁବକକ ମେ ୧୮ ରାତିରେ ନିଜ ଘର ଦୁଆର ମୁହଁରେ ଶୋଇଥିବା ଅବସ୍ଥାରେ ତାଙ୍କୁ ନିର୍ମମଭାବେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ଏନେଇ ହତ୍ୟାକାରୀକୁ ଧରିବା ପାଇଁ ଜାଲ ବିଛାଇଥିଲା କଳାହାଣ୍ଡି ପୋଲିସ । କଳାହାଣ୍ଡି ଏସପି ଶ୍ରବନ ବିବେକଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଘଟଣା ସମ୍ପର୍କରେ ବିଭିନ୍ନ ଗାଁକୁ ଯାଇ ଛାନଭିନ କରାଯାଇଥିଲା । ଦୀର୍ଘ ୫ଦିନର ତଦନ୍ତ ପରେ କଳାହାଣ୍ଡି ପୋଲିସକୁ ସଫଳତା ମିଳିଛି । ଗତକାଲି(ସୋମବାର) ତିନିଜଣ ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ତେବେ ନିଳମଣି ଦଣ୍ଡସେନାଙ୍କ ହତ୍ୟା ଗୁଡିଗାରେଡି ସନ୍ଦେହରେ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସର ସୂଚନା ଅନୁସାରେ ସିମିଳିଭଟା ଗାଁର ବିଶ୍ବ ଲୋହରାର ଦେହ ଖରାପ ହୋଇଥିବା ବେଳେ ଅନେକ ଚିକିତ୍ସା ପରେ ମଧ୍ୟ ଦେହ ଭଲ ହୋଇନଥିବାରୁ ତାଙ୍କୁ ନିଳମଣି ଦଣ୍ଡସେନା ଗୁଣି କରିଛି ବୋଲି ସନ୍ଦେହ କରିଥିଲା । ଫଳରେ ମୌକା ଦେଖି ନିଳମଣିକୁ ରାସ୍ତାରୁ ହଟାଇବା ପାଇଁ ସେ ଚେଷ୍ଟା କରୁଥିଲା । ଏହି ସୁଯୋଗରେ ସେ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପରଡିଗୁଡା ଗାଁର କାଡ୍ରାକା ଆପାରାଓ ଓ ଚିନ୍ତାମଣି କୁଲଶିକାଙ୍କୁ ମଦ ପିଆଇ ନିଳମଣିକୁ ହତ୍ୟା କରିବା ପାଇଁ କହିଥିଲା । ଗତ ୧୮ ତାରିଖ ରାତିରେ ନିଜ ଘର ମୁହଁରେ ନିଳମଣି ଶୋଇଥିବା ବେଳେ କାଡ୍ରାକା ଆପାରାଓ ଏବଂ ଚିନ୍ତାମଣି କୁଲଶିକା ଏକ ଧାରୁଆ ଟାଙ୍ଗିଆରେ ଗଳାକାଟି ହତ୍ୟା କରି ସେମାନେ ପିନ୍ଧିଥିବା ପେଣ୍ଟସାର୍ଟ ଓ ଧାରୁଆ ଟାଙ୍ଗିଆକୁ ଗାଁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇ ନିଜ ଗାଁକୁ ଚାଲିଯାଇଥିଲେ ।

ତେବେ ଦୀର୍ଘ ୫ଦିନ ପରେ ଏହି ଘଟଣା ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୁଲିସ । ହତ୍ୟାକାରୀ ତିନିଜଣଙ୍କୁ ଗିରଫକରି ଲାଞ୍ଜିଗଡ ଥାନା କେସ ନଂ ୪୩/୨୦୨୧ରେ ଏକ କେସ ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.