ଭବାନୀପାଟଣା: ଶିକ୍ଷିତ ସମାଜ ବର୍ତ୍ତମାନ ଧିରେ ଧିରେ ତୃତୀୟ ଲିଙ୍ଗଙ୍କୁ ସୁଯୋଗ ଦେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସୁଯୋଗ ଦେଉଛନ୍ତି । ସେହିପରି ଏକ ଉଦାହରଣ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଧର୍ମଗଡ ଏନଏସି କାର୍ଯ୍ୟାଳୟରେ ଚାକିରି ପାଇଛନ୍ତି ତୃତୀୟ ଲିଙ୍ଗ ବୁଲବୁଲ୍ ।
ଏନେଇ ବୁଲବୁଲଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ନିଜ ବେଶଭୂଷାକୁ ନେଇ ଦିନେ ଅନ୍ୟ ଆଗରେ ଟାହିଟପରାର ଶିକାର ହେଉଥିବା ବୁଲବୁଲ୍ ଏବେ ସମାଜ ପାଇଁ ଉଦାହରଣ । ବୁଲବୁଲ୍ ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ସଚେତନ କରାଇବେ । ମୁଖୀଗୁଡା କଲେଜରୁ ସ୍ନାତକ ପଢା ସାରିଥିବା ବୁଲବୁଲ୍ ଏନଏସି କାର୍ଯ୍ୟାଳୟରେ ଷ୍ଟାଫ୍ ସପୋର୍ଟିଂ ଭାବେ କାର୍ଯ୍ୟ କରିବେ । ତେବେ ବୁଲବୁଲଙ୍କ ଏହି ସଫଳତା ଆଗାମୀ ଦିନରେ ଅନ୍ୟ କିନ୍ନରଙ୍କୁ ସୁଯୋଗ ଦେବ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ