ETV Bharat / state

କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନା ପ୍ରସଙ୍ଗ: ଦିଲ୍ଲୀରୁ ଫେରିଲା ମିଳିତ କ୍ରିୟାନୁଷ୍ଠାନ କମିଟି

author img

By

Published : Mar 21, 2020, 5:23 PM IST

ଦିଲ୍ଲୀରୁ ଫେରିଲା ମିଳିତ କ୍ରିୟାନୁଷ୍ଠାନ କମିଟି । କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଦିଲ୍ଲୀ ଗସ୍ତରେ ଯାଇଥିଲା । ଅଧିକ ପଢନ୍ତୁ...

The issue of setting up a High Court bench in Kalahandi
କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନା ପ୍ରସଙ୍ଗ: ଦିଲ୍ଲୀରୁ ଫେରିଲା ମିଳିତ କ୍ରିୟାନୁଷ୍ଠାନ କମିଟି

କଳାହାଣ୍ଡି: ଦିଲ୍ଲୀରୁ ଫେରିଲା ମିଳିତ କ୍ରିୟାନୁଷ୍ଠାନ କମିଟି । କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଦିଲ୍ଲୀ ଗସ୍ତରେ ଯାଇଥିଲା ।

ଦୀର୍ଘ ଦିନ ଧରି ଜିଲ୍ଲାରେ ଏକ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଦାବି ହୋଇ ଆସୁଥିଲା । କଳାହାଣ୍ଡି ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ 11 ତାରିଖରେ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଏହି 12 ଜଣିଆ ପ୍ରତିନିଧି ଦଳଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଥିଲେ । ଏଥିସହ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରି କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆଲୋଚନା କରି ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ଆଲୋଚନା କରିଥିଲେ ।

ତେବେ ପଶ୍ଚିମ ଓଡିଶାରେ ଏକ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଘୋଷଣା ହେବା ପରେ ବିଭିନ୍ନ ଜିଲ୍ଲାରେ ବେଞ୍ଚ ସ୍ଥାପନ ନେଇ ଦାବି ହୋଇଆସୁଛି । ସେଥିମଧ୍ୟରୁ କଳାହାଣ୍ଡି ସବୁ ଦୃଷ୍ଟିକୋଣରୁ ଉତ୍କୃଷ୍ଟ ସ୍ଥାନ ବୋଲି ପାଲ୍‌ କମିଶନଙ୍କ ରିପୋର୍ଟରେ ଉଲ୍ଲେଖ ହୋଇଥିବାରୁ କଳାହାଣ୍ଡି ବାର୍ ଏସୋସିଏସନ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ତଥା ବିଭିନ୍ନ ସଙ୍ଗଠନ କଳାହାଣ୍ଡିରେ ବେଞ୍ଚ ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଦାବି କରୁଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.