ଭବାନୀପାଟଣା: ଆସନ୍ତା ରବିଋତୁ ଚାଷ ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଜାନୁଆରୀ ୭ ତାରିଖ ଦିନ ପ୍ରଥମ କରି ଜଳ ଛଡାଯିବା ନେଇ ଜଳସେଚନ ବିଭାଗ ସୂଚନା ଦେଇଛନ୍ତି ।
ଓଏଚପିସି ଦିନକୁ ୨୫ କ୍ୟୁସେକ୍ ଜଳ ମଙ୍ଗଳପୁର ବ୍ୟାରେଜକୁ ଯୋଗାଇବ । ଏହି ସମୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା ୭୫ ମେଗାୱାଟ ରହିବ । ୯୦ ଦିନ ଧରି ରବି ଚାଷକୁ ଜଳ ଯୋଗାଣ ହେବାକୁ ଥିବାବେଳେ ଚାଷୀଙ୍କୁ କମ ସମୟ ମଧ୍ୟରେ ଅମଳ ହେଉଥିବା ଧାନ ସହ ତୈଳ ଜାତୀୟ ଚାଷ କରିବା ପାଇଁ ବିଭାଗୀୟ ସୂତ୍ରରୁ କୁହାଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ